banner
Breaking

ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

0

ଭୁବନେଶ୍ୱର, (ଓଡ଼ିଆ ନ୍ୟୁଜ) : ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ରାଜ୍ୟର ସର୍ବବୃହତ୍ ଓ ସର୍ବ ପୁରାତନ ଆଇନଜୀବୀ ମାନଙ୍କର ସଂଗଠନ ମାନବ ଅଧିକାରର ସୁରକ୍ଷା ଲାଗି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ସାଧାରଣଲୋକଙ୍କ ନିକଟରେ ସଂଗଠନ ପହଞ୍ଚି ପାରିବ ବୋଲି ରାଜ୍ୟ ମାନବିକ ଅଧିକାର କମିଶନର ସଦସ୍ୟ ଅସୀମ ଅମିତାଭ ଦାଶ କହିଛନ୍ତି । ଆଜି ଏଠାରେ ସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ଶ୍ରୀ ଦାଶ ସଂଘ ତାଙ୍କୁ ଦେଇଥିବା ଭବ୍ୟ ସମ୍ବର୍ଦ୍ଧନାର ଉରରେ କହିଥିଲେ ଯେ, ମାନବିକ ଅଧିକାର କମିଶନଙ୍କ ନିକଟରେ ବହୁ ସଂଖ୍ୟାରେ ମକଦ୍ଦମା ବୃଦ୍ଧି ପାଇବାରେ ଲାଗିଛି । ସେଥିପାଇଁ କମିଶନ ଏବେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ଜିଲ୍ଲାରେ ସଚେତନତା ଶିବିରର ଆୟୋଜନ କରିବ । ଏଥିରେ ସଂଘର ସଦସ୍ୟମାନଙ୍କ ସେ ସହଯୋଗ ଲୋଡ଼ିଥିଲେ । ରାଜ୍ୟରେ ଆଇନଜୀବୀମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଆଜି ଏହି କାର୍ଯ୍ୟକାରିଣୀ ବୈଠକରେ ସଂଘର ସଭାପତି ଜ୍ଞାନରଞ୍ଜନ ମହାନ୍ତି, ସଭାପତିତ୍ୱ କରିଥିଲେ । ସଂଘର ସାଧାରଣ ସମ୍ପାଦକ ବିଭୂପ୍ରସାଦ ତ୍ରିପାଠୀ ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ନୟାଗଡ଼ରେ ସଂଘର ପରର୍ବୀ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାର ସଂଘକୁ ମାନ୍ୟତା ଦେଇଥିବାରୁ ସରକାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଆଜିର ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଚାଶଜଣ ଆଇନଜୀବି ଯୋଗ ଦେଇଥିଲେ । ରାଜ୍ୟ କାର୍ଯ୍ୟକାରିଣୀର ବିଭିନ୍ନ କର୍ମକର୍ତ୍ତା ସର୍ବଶ୍ରୀ ଚନ୍ଦ୍ରଶେଖର ପଣ୍ଡା, ବିବେକାନନ୍ଦ ମହାନ୍ତି, ମୋହନ ସିହାରୀ, ଅରୁଣ ବିଶ୍ୱାଳ, ଭୁବନଶ୍ୱେର ବାର୍ ସଭାପତି ବୀରେନ୍ଦ୍ର ମୋହନ ପଟ୍ଟନାୟକ, ତମସା ପାତ୍ର, ଗୀଷ୍ମଦେବ ସରାଫ, ବାର୍ କାଉନ୍ସିଲ୍ ସଦସ୍ୟ ସୀତାଂଶୁ ବୋହନ ଦ୍ୱୀବେଦୀ ଓ ମିତ୍ରଭାନୁ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.