banner
Breaking

ଭୁବନେଶ୍ୱରରେ ନିୟମ କଡାକଡି କଲେ କମିଶନର-ସୁଧାଂଶୁ ଷଡ଼ଙ୍ଗୀ

ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ

0

ଭୁବନେଶ୍ୱର, ୪/୫(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ କରୋନା ସଂକ୍ରମଣକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇ ଥିବାରୁ କରୋନା ନିୟନ୍ତ୍ରଣରେ ରହିଛି। ବର୍ତ୍ତମାନ ବାହାର ରାଜ୍ୟରୁ ପ୍ରବାସୀ ଓଡିଆମାନେ ଫେରୁଛନ୍ତି। ସେ ଦୃଷ୍ଟିରୁ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ। ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବାହାରେ ବୁଲାବୁଲି ମନା କରାଯାଇଛି। ଲକଡାଉନ ନିୟମ ଅନୁସାରେ ଏହା କରାଯାଇଥିବା ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି। ଆଜିଠାରୁ ଏ କଟକଣା କଡ଼ାକଡ଼ି ଭାବେ ଲାଗୁ ହେବ ବୋଲି କମିଶନର କହିଛନ୍ତି।


ସେହିପରି ଜଗତସିଂହପୁର ଜିଲ୍ଲାରେ ରାତିରେ ଲାଗିବ କର୍ଫ୍ୟୁ। ଗ୍ରୀନ୍ ଜୋନ ଥିବା ସତ୍ତ୍ୱେ ଜିଲ୍ଲାରେ ସଂଧ୍ୟା ୭ଟାରୁ ସକାଳ ୭ଟା ଯାଏ କର୍ଫ୍ୟ ରହିବ। ଦେଶରେ ଲକ୍ ଡାଉନ୍ ଅବଧି ଶେଷ ଯାଏ କର୍ଫ୍ୟୁ ବଳବତ୍ତର ରହିବ। ଏ ନେଇ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ସୂଚନା ଦେଇଛନ୍ତି।  ଲକଡାଉନ୍-୩ ଗାଇଡଲାଇନ ଅନୁସାରେ ରାତି ବେଳେ ଯାଆସ ମନା ରହିଛି।

ଜଗତସିଂହପୁର ଜିଲ୍ଲା ଗ୍ରୀନ ଜୋନରେ ଥିବାରୁ ଲୋକେ ରାତିରେ ବୁଲି ପାରନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି। ସେହି ଦୃଷ୍ଟିରୁ ସଂଧ୍ୟା ୭ରୁ ସକାଳ ୭ଟା ଯାଏ କର୍ଫ୍ୟୁ କରାଯାଇଛି ବୋଲି ସେ କହିଛନ୍ତି।

 

Khansweb Solution Bhubaneswar

Leave A Reply

Your email address will not be published.