banner
Breaking

ଅସହାୟଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ।

0

ଭୁବନେଶ୍ୱର,୨୮/୪(ଓଡ଼ିଆ ନ୍ୟୁଜ) କରୋନା ବୋଝକୁ ମୁଣ୍ଡେଇ ମୁଣ୍ଡେଇ ଥକି ପଡିଲେଣି ଶ୍ରମଜୀବୀ । ଦିନେ ନୁହେଁ କି ଦୁଇଦିନ ନୁହେଁ ମାସେ ଉପରେ ହେଲାଣି ତାଲାବନ୍ଦ । କେମିତି ଚଳିବ ତେଲଲୁଣ ସ°ସାର ।ପ୍ରତିଦିନ ଖଟିଲେ ଦନାଗଣ୍ଡେ ମିଳୁଥିଲା।ମାଲିକର ଘର ବନ୍ଦ, ମହାଜନର ଦୋକାନ ବନ୍ଦ, ସାହୁକାରର କାମ ବନ୍ଦ। ସରକାରୀ ରାଶନ କାର୍ଡରୁ ବଞ୍ଚିତ ଲୋକମାନଙ୍କର ଅବସ୍ଥା କହିଲେ ନସରେ। ଦିନେ ଖାଇ ଦୁଇଦିନ ଉପବାସ ରହୁଛନ୍ତି।ଏଭଳି ଘଡିସନ୍ଧି ସମୟରେ ନିସହାୟ ମାନଙ୍କ ପାଖରେ ପହଞ୍ଚିଛନ୍ତି ସମାଜସେବୀ ମାନସ କୁମାର ଦାଶ ଓ ନାରୀନେତ୍ରୀ ମଧୁସ୍ମିତା ଦାଶ।


ଏ ଦୁଇଜଣ ୬ ନମ୍ବର ଓ୍ବାଡରେ ବସ୍ତି ବସ୍ତି ବୁଲି ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ବାଣ୍ଟୁଛନ୍ତି। ଖାଲି ସେତିକି ନୁହେଁ। ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ରାସ୍ତାଘାଟ ସଫାସୁତୁରା କରୁଛନ୍ତି। ସେମାନଙ୍କୁ ମଧ୍ୟ ସାହାଯ୍ୟ ସହଯୋଗ କରିଛନ୍ତି। ଆଜି ଶୈଳଶ୍ରୀବିହାର ଠାରେ କିଛି ମେହେନ୍ତର ମାନଙ୍କୁ ସମ୍ମାନୀତ କରିବା ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି।ଏ ସମ୍ବନ୍ଧରେ ଶ୍ରୀମତୀ ମଧୁସ୍ମିତା ଦାଶ କୁହନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ସୁଶାନ୍ତ ରାଉତଙ୍କ ନିର୍ଦ୍ଦେଶ ଅଛି ଲୋକଙ୍କ ପାଖକୁ ଯାଇ ଭଲମନ୍ଦ ବୁଝ ଓ ନିସହାୟ ମାନଙ୍କୁ ସାହାଯ୍ୟ କର। ତାଙ୍କ ନିର୍ଦ୍ଦେଶକୁ ଆମେ ପାଳନ କରୁଛୁ। କରୋନା ପାଇଁ କାମ କରୁଥିବା ଡାକ୍ତର, ପୋଲିସ, ବିଏମସି କର୍ମଚାରୀ ଓ ଅନ୍ୟ ସମସ୍ତେ ଜଣେ ଜଣେ ଭଗବାନ ଆମେ ସେମାନଙ୍କର ସେବା କରୁଛୁ। ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅକ୍ଷୟ କୁମାର ସାହୁ, ରାଜ କିଶୋର ପ୍ରଧାନ, ସନ୍ତୋଷ ଦାସ ଓ ଅଶୋକ ରଥ ପ୍ରମୁଖ ସହଯୋଗ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.