banner
Breaking

ବୁଲା ଜନ୍ତୁଙ୍କ ଦେବଦୂତ ସାଜିଛନ୍ତି ବିଶ୍ବଜିତ ପଟ୍ଟନାୟକ(ସିଲୁ)

0

ଭୁବନେଶ୍ୱର,୨୮/୪(ଓଡ଼ିଆ ନ୍ୟୁଜ): କରୋନା ପ୍ରଭାବରେ ସାରା ଭାରତ ଲକଡାଉନ୍। ଘରର ଚାରିକାନ୍ଥ ଭିତରେ ଲୋକମାନେ। ରାସ୍ତାଘାଟ ଶୂନଶାନ । ଅତ୍ୟାବଶ୍ୟକ ଦୋକାନ ଛାଡିଦେଲେ ଅନ୍ୟସବୁ ବନ୍ଦ। ଏହାରି ଭିତରେ ବୁଲାଜନ୍ତୁ ମାନଙ୍କର ଆହାର ପାଇଁ ଡହଳ ବିକଳ। ମଣିଷତ ନିଜେ ଅସହାୟ ଓ ଭୟଭୀତ ସେମାନଙ୍କ କଥା ବୁଝିବ କିଏ।ପାଟି ଖୋଲୁନଥିବାରୁ ଭୋକ ଉପାସରେ ପଡି ରହୁଛନ୍ତି।ଏତିକି ବେଳେ ଏମାନଙ୍କର ଦେବଦୂତ ସାଜିଛନ୍ତି ନୀଳାଦ୍ରି ବିହାର ଅଞ୍ଚଳର ବିଶିଷ୍ଟ ସମାଜସେବୀ ବିଶ୍ବଜିତ ପଟ୍ଟନାୟକ (ସିଲୁ)। ପ୍ରତିଦିନ ସକାଳେ ସନ୍ଧ୍ୟାରେ ଦୁଇଓଳି ଖାଇବାକୁ ଦେଉଛନ୍ତି। ଆଜି ବୁଲା କୁକୁର ମାନଙ୍କୁ ଖାଦ୍ୟ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ନୀଳାଦ୍ରି ବିହାରର ସେକ୍ଟର ଏକ ଅଞ୍ଚଳରେ। ଖାଲି ବୁଲା କୁକୁର ନୁହେଁ ଗାଇ,ଷଣ୍ଢ ମାନଙ୍କୁ ମଧ୍ୟ ଖାଇବାକୁ ଦିଅନ୍ତି। ସମାଜ ସେବାରେ ନିଜକୁ ନିୟୋଜିତ କରିଥିବା ଏହି ବ୍ୟକ୍ତି ଜଣଙ୍କ ବିଭିନ୍ନ ସମୟରେ ସମାଜରେ ଅବହେଳିତ, ନୀସହାୟ ଓ ଗରିବ ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରନ୍ତି ବୋଲି ସ୍ଥାନୀୟ ଲୋକମାନେ କୁହନ୍ତି। ବିପଦ ଆପଦରେ ଲକଙ୍କ ପାଖରେ ଠିଆ ହୋଇ ଯଥୋଚିତ ସାହାଯ୍ୟ ସହଯୋଗ କରନ୍ତି। ତାଙ୍କର ଏଭଳି କାର୍ଯ୍ୟକୁ ଜନସାଧାରଣ ବେଶ ପ୍ରଶ°ସା କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.