banner
Breaking

ଶିଶୁଙ୍କୁ ଖାଦ୍ୟ ବଣ୍ଟନ କଲେ କରୋନା ଯୋଦ୍ଧା ଜଗନ୍ନାଥ ଭଞ୍ଜ।

0

ଭୁବନେଶ୍ୱର ,୨୬/୪(ଓଡ଼ିଆ ନ୍ୟୁଜ) :କରୋନା ମହାମାରୀ ମହାଵିପତ୍ତି ସୃଷ୍ଟି କରିଛି।ଏଥିରେ ସମସ୍ତେ କ୍ଷତି ଗ୍ରସ୍ତ ହୋଇଛନ୍ତି। ଏହାର ମୁକାବିଲା ପାଇଁ ସରକାରଙ୍କ ୪୦ ଦିନିଆ ଲକଡାଉନ୍ କୁ ମାନି ସମସ୍ତେ ଘରର ଚାରି କାନ୍ଥ ଭିତରେ ରହିଛନ୍ତି।ବିଶେଷ କରି ପ୍ରଭାବିତ ହୋଇଛନ୍ତି ଶିଶୁ ମାନେ ।ଖେଳିବା,ଵୁଲିଵା ଓ ଖାଇବା ସମୟରେ ସେମାନେ ପାଟି ଵନ୍ଦ କରି ରହିଛନ୍ତି।
ଏହି ଶିଶୁ ମାନଙ୍କ ମନରେ ହସ ଫୁଟାଇବା ପାଇଁ କିଛି ବୈଦାନ ବ୍ୟକ୍ତିଙ୍କ ସହାୟତାରେ ଅଭିନଵ ପ୍ରୟାସ କରିଛନ୍ତି କରୋନା ଯୋଦ୍ଧା ତଥା ନନ୍ଦନକାନନ ସମାଜ ପ୍ରତିନିଧି ଜଗନ୍ନାଥ ଭଞ୍ଜ । ଆଜି ସଖାଳୁ ପଦାସାହି ଓ ଭଗବତୀନଗରରେ ୨୦୦ ପିଲାଙ୍କୁ ବିସ୍କୁଟ ଫଳ ଇତ୍ୟାଦି ବଣ୍ଟନ କରିଛନ୍ତି। ଶ୍ରୀଯୁକ୍ତ ଭଞ୍ଜ କହିଛନ୍ତି ପିଲାମାନେ ହେଉଛନ୍ତି ଆସନ୍ତା କାଲି ର ଭବିଷ୍ୟତ ସେମାନେ ହସିଲେ ଦୁନିଆ ହସିବ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଯୁବକ ମାୟାଧର ନାୟକ, ରାଜକିଶୋର ପରିଡା, ବିଦୃପ ସାମଲ ଓ ବିଜୟ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.