banner
Breaking

ଆଇପିଏସ ପରେ ନକଲି ଆଇଆଇସି ଗିରଫ। ଯୁବତୀଙ୍କୁ ପ୍ରେମ ନିବେଦନ କାଳହେଲା।

0

ଭୁବନେଶ୍ୱର,୨୫/୪ (ଓଡ଼ିଆ ନ୍ୟୁଜ): ରାଜଧାନୀରେ ଏବେ ନକଲି ପୁଲିସର ମାତ୍ରା ବଢିବାରେ ଲାଗିଛି । ଜଣେ ନକଲି ଲେଡି ଆଇପିଏସ ଅଫିସର ଧରାପଡିବାର ମାତ୍ର କେଇଘଣ୍ଟା ବିତିନି, ଏବେ ଜଣେ ପୁଲିସ ଇନସ୍ପେକ୍ଟର ଓ ତାଙ୍କ ସହଯୋଗୀ ଗିରଫ ହୋଇଛନ୍ତି । ଯାହା କମିଶନରେଟ ପୁଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି । ତେବେ ଗିରଫ ଅଭିଯୁକ୍ତଦ୍ୱୟ ହେଲେ ବଡ଼ଗଡ଼ କେନାଲରାଡ ଅଂଚଳରେ ରହୁଥିବା ମନୋଜ ମହାନ୍ତି ଓ ଲକ୍ଷ୍ମୀସାଗର ଚାଟକଲୋନୀର ରବିନ୍ଦ୍ର ସାହୁ । ଏମାନଙ୍କ ବିରୋଧରେ ପୁଲିସ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।
ସୂଚନା ଅନୁସାରେ, କୋରାପୁଟ ଅଂଚଳର ମନୋଜ ଭୁବନେଶ୍ୱରରେ ରହି ନିଜକୁ ଏକ ୱେବପୋର୍ଟାଲ ସାମ୍ବାଦିକ ବୋଲି ପରିଚୟ ଦେଉଥିଲା । ଦୁଇଦିନ ତଳେ ସେ ଖଣ୍ଡିଗରି ଅଂଚଳରେ ରହୁଥିବା ଜଣେ ନାବାଳିକାକୁ ଫୋନ କରିଥିଲେ । ନିଜକୁ ଖଣ୍ଡଗିରି ଥାନା ଅଧିକାରୀ ଭାବେ ପରିଚୟ ଦେଇ ତାଙ୍କ ସହ ଆଶାଳୀନ କଥାବାର୍ତା କରିଥିଲେ । ଏପରିକି ଜରୁରୀ କଥା ଅଛି, ଜୟଦେବବିହାର ନିକଟସ୍ଥ ଏକ ହୋଟେଲକୁ ଆସିବାକୁ ଡାକିଥିଲେ । ବାରମ୍ବାର ଫୋନ କରି ହଇରାଣ ହରକତ କରିବାରୁ ନାବାଳିକା ଜଣକ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ପୁଲିସ ଘଟଣାର ତଦନ୍ତ କରି ଶନିବାର ମନୋଜ ଓ ତାର ସହଯୋଗୀକୁ ଗିରଫ କରିଛି ।
ଉଲ୍ଲେଖଥାଉ କି, ସପ୍ତାହେ ତଳେ ସେ କଳ୍ପନା ଛକରେ ନିଶାସକ୍ତ ଅବସ୍ଥାରେ ପୁଲିସକୁ ଗାଳିଗୁଲଜ କରିଥିଲା । ପଚରାଉଚରା ପରେ ସେ ନିଜକୁ ସାମ୍ବାଦିକର ପରିଚୟ ଦେଇ ପୁଲିସକୁ ତୋଡ ଦେଖାଇଥିଲା । ପରେ ଲକ୍ଷ୍ମୀସାଗର ପୁଲିସ ତାଙ୍କୁ ହେପାଜତକୁ ନେଇ ପଚରାଉଚରା କରିବା ସହ କଡା ତାଗିଦ କରି ଛାଡି ଦେଇଥିଲା । ପରେ ଯାଂଚ ପରେ ସେ ନକଲି ସାମ୍ବାଦିକ ବୋଲି ଜଣାପଡିଥିଲା । ତେବେ ରାଜଧାନୀରୁ ଗୋଟିକ ପରେ ଗୋଟିଏ ନକଲି ପୁଲିସ ଧରାପଡିବା ଚିନ୍ତା ବଢାଇଦେଇଛି ।

Khansweb Solution Bhubaneswar

Leave A Reply

Your email address will not be published.