banner
Breaking

ସ୍ବଚ୍ଛ ଭାରତ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ଅବଦାନ ଇତିହାସ ସୃଷ୍ଟି କରିବ

0

ଭୁବନେଶ୍ୱର,୧୫ା୮(ଓଡ଼ିଆ ନ୍ୟୁଜ): ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ବିଜେପିର ସେବା ସପ୍ତାହ ଗତକାଲି ଠାରୁ ଆରମ୍ଭ ହୋଇଛି । ଆଜି ଭୁବନେଶ୍ୱରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରି ନିଜେ ଡୁମୁଡ଼ୁମା ଅଞ୍ଚଳରେ ସଫେଇ କରିଛନ୍ତି । ଏହାଛଡ଼ା ସେ କହିଛନ୍ତି ଅଞ୍ଚଳ ସ୍ୱଚ୍ଛ ହେଲେ ରାଜ୍ୟ ସ୍ୱଚ୍ଛ ହେବ ଏବଂ ରାଜ୍ୟ ସ୍ୱଚ୍ଛ ହେଲେ ଦେଶ ସ୍ୱଚ୍ଛ ହେବ । ସ୍ବଚ୍ଛ ଭାରତ ମିଶନକୁ ସମସ୍ତେ ମିଳିମିଶି ସଫଳ କରିବା । ଏଥିପାଇଁ ସମସ୍ତଙ୍କ ଅବଦାନ ଇତିହାସ ସୃଷ୍ଟି କରିବ।
ଉଲ୍ଲେଖଯୋଗ୍ୟ ଗତକାଲି ଏହି ସେବା ସପ୍ତାହର ଆରମ୍ଭ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ କାଲି ଦିଲ୍ଲୀ ସ୍ଥିତ ଏମ୍ସରେ ପହଞ୍ଚି ରୋଗୀମାନଙ୍କୁ ସାକ୍ଷାତ କରି ଫଳ ବାଣ୍ଟି ଥିଲେ । ଏହା ସହ ମେଡ଼ିକାଲ ପରିସରରେ ଝାଡ଼ୁ ଲଗାଇଥିଲେ । ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ଓଡିଶାରେ ମଧ୍ୟ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ । ତେବେ ମୋଦିଙ୍କ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୪ରୁ ୨୦ଯାଏଁ ସେବା ସପ୍ତାହ ପାଳନ କରାଯିବ ।

Khansweb Solution Bhubaneswar

Leave A Reply

Your email address will not be published.