banner
Breaking

କଲ୍ୟାଣପୁର ପଞ୍ଚାୟତରେ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ୩୦ ୟୁନିଟ ରକ୍ତ ସ°ଗୃହୀତ ।

ରକ୍ତ ସ°ଗ୍ରହରେ ଉତ୍ତର ନିର୍ବାଚନ ମଣ୍ଡଳୀ ଆଗରେ।

0

ଭୁବନେଶ୍ୱର,୨୪ା୪(ଓଡ଼ିଆ ନ୍ୟୁଜ) : କରୋନା ଆତଙ୍କରେ ସମଗ୍ର ଦେଶ ଲକଡାଉନ୍ । ଲୋକଙ୍କ ଯାତାୟତ ଠପ୍ ହୋଇଯାଇଛି। ଯାହା ଫଳରେ ପ୍ରତି ହସ୍ପିଟାଲରେ ବର୍ତ୍ତମାନ ରକ୍ତର ଅଭାବ ଦେଖାଦେଇଛି। ଏହାକୁ ଭରଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସରେ ସମସ୍ତ କର୍ମୀ ମାନଙ୍କୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ଦୂରତା ରଖି ରକ୍ତଦାନ କରିବାକୁ ଆହ୍ୱାନ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାରେ ଉତ୍ତର ଭୁବନେଶ୍ୱରର ବିଧାୟକ ସୁଶାନ୍ତ ରାଉତ ସବୁବେଳେ ଆଗରେ ଅଛନ୍ତି। ଶୁକ୍ରବାର ଉତ୍ତର ନିର୍ବାଚନ ମଣ୍ଡଳୀର ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ବରେ କଲ୍ୟାଣପୁର ଗ୍ରାମପାୟତର ଗଣ୍ଡରପୁର ୟୁନାଇଟେଡ କ୍ଲବ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଦସ୍ୟମାନେ ସାମାଜିକ ଦୂରତା ବଜାୟରଖି ରକ୍ତଦାନ କରିଥିଲେ।ଏଥିରେ ୩୦ ୟୁନିଟ ରକ୍ତ ସ°ଗୃହୀତ ହୋଇଛି। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଦା ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବାଷ ପାତ୍ର ,କଲ୍ୟାଣପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ରାଜୀବ ସ୍ୱାଇଁ ,ଲଚ୍ଛମନ ରାଉତ୍ ବସନ୍ତ ସାମଲ ,ବରିଷ୍ଠ ମୁରବି ଅନ୍ତର୍ଯ୍ୟାମୀ କୁଅଁର ଓ ମାଧବ ରାଉତ ପ୍ରମୁଖ ଯୋଗଦେଇ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ।

ପ୍ରକାଶ ଥାଉକି ବିଧାୟକ ଶ୍ରୀଯୁକ୍ତ ରାଉତ ୨୦୦୦ ୟୁନିଟର ରକ୍ତ ସ°ଗ୍ରହର ଲକ୍ଷରଖି ପାଞ୍ଚ ପଞ୍ଚାୟତ ଓ ୨୫ ଟି ଓ୍ବାଡରେ ରକ୍ତଦାନ କାର୍ଯ୍ୟକ୍ରମ ଜାରି ରହିବ ଵୋଲି କହିଛନ୍ତି। ପ୍ରଥମେ ବରିମୁଣ୍ଡ ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୩୦ ୟୁନିଟ ରକ୍ତ ସ°ଗ୍ରହ କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.