banner
Breaking

କରୋନା ପାଇଁ ସରକାର ପ୍ୟାକେଜ୍‌ ଘୋଷଣା କରନ୍ତୁ- ସାମ୍ବାଦିକ ମିଳିତ ମଞ୍ଚ

0

ଭୁବନେଶ୍ବର,୨୩/୪: କରୋନା ପାଇଁ ଖବର ସଂଗ୍ରହ କରୁଥିବା କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସରକାର ପ୍ୟାକେଜ୍‌ ଘୋଷଣା କରନ୍ତୁ ବୋଲି ସାମ୍ବାଦିକ ମିଳିତ ମଞ୍ଚ ଦାବି କରିଛି। ପ୍ରୋତ୍ସାହନ ରାଶି, ବୀମା ନାହିଁ ଓ ପ୍ୟାକେଜ୍‍ ପାଇଁ ସରକାର ନିଜେ ଏହାର ବିଚାର କରି ପଦକ୍ଷେପ ନିଅନ୍ତୁ ଲଢେଇ ସମୟରେ ସରକାର ସଭିଙ୍କ ପାଇଁ ପ୍ୟାକେଜ୍‍ ଘୋଷଣା କରୁଛନ୍ତି । କିନ୍ତୁ ସାମ୍ବାଦିକଙ୍କ ପାଇଁ କାହିଁକି କିଛି ନାହିଁ । କରୋନା ଲଢେଇ ସମୟରେ ଯେଉଁ ମଣିଷଟି ନିଜ ପରିବାରକୁ ଛାଡ଼ି ଟିକିନିଖି ଖବର ଆମ ପାଖରେ ପହଞ୍ଚାଉଛି, ସେ ତ ସାମ୍ବାଦିକ । ସମସ୍ତେ କବାଟ ବନ୍ଦ କରି ଆପଣା ପରିବାରର ସୁରକ୍ଷା ଦେଖୁଥିବା ବେଳେ ସାମ୍ବାଦିକକୁ କାମକୁ ଯିବା ପାଇଁ ପଡ଼ୁଛି । ଯୋଉଠି କରୋନା ସଂପର୍କିତ ଖବର ଆସୁଛି, ଯୋଉଠି ସାମ୍ବାଦିକ ସମ୍ମିଳନୀ ହେଉଛି, ଯୋଉଠି କଣ୍ଟେନମେଣ୍ଟ ଜୋନ ଘୋଷଣା ହେଉଛି, ଯେଉଁଠି ସୀମାରେ ଢିଲା ବ୍ୟବସ୍ଥା ଥିବା ବେଳେ ସାମ୍ବାଦିକ ରହି, ଖବର ସଂଗ୍ରହ କରୁଛି । ନିଜ ପରିବାର କଥାକୁ ଦେଖିନି । ଏହି ମହାମାରୀକୁ ନେଇ ବିଶ୍ୱ ଥରୁଛି। ସେଇ ମହାମାରୀକୁ ସାମ୍ନା କରିବା ପାଇଁ, ଲୋକଙ୍କୁ ଖବର ଦେବା ପାଇଁ ସେ ବାହାରି ଯାଆନ୍ତା । ମୁମ୍ବାଇରେ କରୋନା ଖବର ସଂଗ୍ରହ ସମୟରେ ୫୩ ଜଣ ସାମ୍ବାଦିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାମିଲନାଡ଼ୁରେ ଏ ସଂଖ୍ୟା ୨୬ । ସେମାନେ ସମସ୍ତେ ଆମ ମାନଙ୍କୁ ଖବର ଦେବା ପାଇଁ ନିଜ ଜୀବନକୁ ବିପଦରେ ପକେଇଛନ୍ତି । କର୍ଣ୍ଣାଟକ ଓ ଦିଲ୍ଲୀ ସରକାର ସାମ୍ବାଦିକଙ୍କ କରୋନା ଟେଷ୍ଟ ପାଇଁ ନିଷ୍ପତ୍ତି ନେଇଛନ୍ତି । ସେହିପରି ସିକିମ ସରକାର କରୋନା ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ପାଇଁ ଅତିରିକ୍ତ ସହାୟତା ରାଶି ପ୍ରଦାନ କରି ସାରିଛନ୍ତି । ପଶ୍ଚିମବଙ୍ଗ ସରକାର ସେମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମା ଘୋଷଣା କରିଛି । ଯେଉଁ ପରିମାଣର ରାଶିର ବୀମା ଅନ୍ୟମାନଙ୍କ ପାଇଁ ରାଜ୍ୟ ସରକାର ଧାର୍ଯ୍ୟ କରିଛନ୍ତି, ସେଥିରେ ସାମ୍ବାଦିକଙ୍କୁ ସାମିଲ କରିଛନ୍ତି ରାଜ୍ୟ ସରକାର । ସାରା ବିଶ୍ୱରେ ସାମ୍ବାଦିକମାନେ କମ ଦରମା ପାଆନ୍ତି । ଭାରତରେ ତା’ଠାରୁ କମ ଦରମା ମିଳେ । ଓଡ଼ିଶାରେ ଏହା ଆହୁରି କମ । ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକ ଦରମା ଯାହା ପାଆନ୍ତି ତାହା ଉଣା ଅଧିକ ସମସ୍ତଙ୍କୁ ଜଣା। କିନ୍ତୁ ଯେଉଁ କାର୍ଯ୍ୟରତ ସାମ୍ବାଦିକମାନେ କରୋନା ଖବର ସଂଗ୍ରହ କରିବା କାମରେ ଜଡ଼ିତ ଅଛନ୍ତି, ତାଙ୍କ ପାଇଁ ସରକାର ବୀମା ରାଶିର ଘୋଷଣା ଆବଶ୍ୟକ ରହିଛି। ଯେଉଁମାନେ କରୋନା ସହ ଜଡ଼ିତ ସମସ୍ତଙ୍କ ସୁରକ୍ଷା କଥା ସରକାର ଭାବୁଛନ୍ତି । ସେହି ସବୁ ଖବରକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି, ତାଙ୍କ ପାଇଁ ପ୍ରୋତ୍ସାହନ ରାଶି, ବୀମା ନାହିଁ ଓ ପ୍ୟାକେଜ୍‍ ପାଇଁ ସରକାର ନିଜେ ଏହାର ବିଚାର କରି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାମ୍ବାଦିକ ମିଳିତ ମଞ୍ଚର ଆବାହକ ଲିଙ୍ଗରାଜ ସାହୁ ଦାବି କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.