banner
Breaking

ପିଇଆଇଏଲ୍ ସିଟି ତରଫରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଓ ଖ୍ୟାଦ୍ୟ ସାମଗ୍ରୀ ବଣ୍ଟନ।

0

ଭୁବନେଶ୍ୱର,୨୦/୪(ଓଡ଼ିଆ ନ୍ୟୁଜ) : କରୋନା ବା କେଭେିଡ -୧୯ ସାରା ପୃଥିବୀରେ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ଏଥିରୁ ବାଦ ପଡିନି ଓଡିଶା । ବର୍ତ୍ତମାନ ଓଡିଶା ରେ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ରେ ପହଞ୍ଚିଲାଣି । ଏଥି ମଧ୍ୟରେ କେବଳ ଭୁବନେଶ୍ୱରରେ ୪୬ ଜଣ ଚିହ୍ନଟ ହୋଇଛନ୍ତି। କରୋନା ମୁକାବିଲା ଯୁଦ୍ଧରେ ଯେଉଁମାନେ ନିଜ ଜିବନକୁ ବାଜି ଲାଗାଇ ଲୋକ ମାନଙ୍କ ସେବାରେ ଲାଗିଛନ୍ତି । ସେମାନଙ୍କୁ ସମବେଦନା ଓ ସହାୟତା କରିବା ପାଇଁ ବିଭିନ୍ନ ଅନୁଷ୍ଟାନ ଆଗେଇ ଆସିଛନ୍ତି ।

ସୋମବାର ୧୪ ନଂ ୱାଡ ଅନ୍ତର୍ଗତ ନିଳାଦ୍ରୀ ବିହାର ଠାରେ ସଫେଇ କାର୍ଯ୍ୟରେ ନିୟୋଜିତ ବିଏମ୍‌ସି କର୍ମଚାରୀଙ୍କୁ ଅଭିନବ ଢଙ୍ଗରେ ସମ୍ବର୍ଦ୍ଧନା ଦେଇଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁରୁଷତ୍ତମ ଏଜୁକେସନାଲ ରିସର୍ଚ ଏବଂ ଲୋକସେବା ଚାରିଟେବୁଲ ଟ୍ରଷ୍ଟ (ପିଇଆଇଏଲ୍ ସିଟି) । ସମସ୍ତ କର୍ମଚାରୀଙ୍କୁ ସାମାଜିକ ଦୁରତା ସହିତ ଏକଯୁଟ କରି ସେମାନଙ୍କୁ ଫୁଲ ମାଳ ପିନ୍ଧାଇ ପୁଜାର୍ଚ୍ଚନା କରାଯାଇଥିଲା । ଏହାପରେ ଅନୁଷ୍ଟାନ ପକ୍ଷରୁ ଚାଉଳ ,ଡାଲି ,ପରିବା ,ରାସନ ସାମଗ୍ରୀ ଓ ସାବୁନ ବଣ୍ଟନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ରାଜକିଶ୍ୱର ପ୍ରଧାନ ଯୋଗଦେଇ କହିଥିଲେ କରୋନା ଭୟରେ ଅବା ଲକଡାଉନ୍ ନିୟମ ମାନି ଲୋକମାନେ ଘରେ ରହୁଥିବା ବେଳେ ଏମାନେ ନିରବଚ୍ଛିନ୍ନ ଭାବରେ ସେବା ଯୋଗାଇ ଆସୁଛନ୍ତି। ତେଣୁ ସେମାନଙ୍କୁ ଅଜସ୍ର ପ୍ରଣାମ। ସେମାନଙ୍କୁ ଭଗବାନ ସହାୟ ହୁଅନ୍ତୁ।ଅନ୍ୟ ମାନଙ୍କ ମଧ୍ୟରେ ପରିକଳ୍ପନା ମୁଖ୍ୟ ସୁଜାତା ରାଉତ୍ ଆଇସିଏର ନିର୍ଦ୍ଦେଶକ ସନ୍ତୋଷ ଦାସ ,୧୪ ନଂ ୱାର୍ଡର ପୁର୍ବତନ କର୍ପୋରେଟର ଦେବୀ ପ୍ରସାଦ ମଲ୍ଲିକ, ସମାଜ ସେବୀ ମାନସ କୁମାର ଦାଶ , ସୁକେଶ କୁମାର ମହାନ୍ତି ,ବିଜୟ ସାମଲ ଓ ବରିଷ୍ଠ ସାମ୍ବାଦିକ ସୁକନ୍ତ କୁମାର ରାଉତ୍ ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କରିବା ସହିତ କୃତଜ୍ଞତା ଜଣାଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.