banner
Breaking

ରାଜଧାନୀରେ ଚୋରି।

0

ଭୁବନେଶ୍ଵର : କରୋନା ମହାମାରୀ ପାଇଁ ସାରା ରାଜ୍ୟ ଲକ୍ ଡାଉନ ହୋଇ ରହିଛି । ରାଜ୍ୟ ରାଜଧାନୀ ଭୁବନେଶ୍ଵର ରାଜ୍ୟର କରୋନା ହଟସ୍ପଟ ଭାବେ ଚିହ୍ନଟ ହେବାପରେ କଡାକଡି ଭାବେ ପାଳନ ହେଉଛି ଲକ୍ ଡାଉନ ଆଇନ । ସଦାସର୍ବଦା ଜନଗହଳିରେ ପୂର୍ଣ୍ଣ ରହୁଥିବା ରାଜଧାନୀ ବର୍ତ୍ତମାନ ଖାଁ ଖାଁ ଲାଗୁଛି । ଏହାରି ମଧ୍ୟରେ ରାଜଧାନୀରେ ସାମ୍ନାକୁ ଆସିଛି ଚୋରଙ୍କ ଉତ୍ପାତ । ଗତକାଲି ବିଳମ୍ବିତ ରାତିରେ ଝାରପଡାର ବୈରାଗୀ ନଗରର ଦୁଇଟି ଘରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ ହୋଇଥିବା ଅଭିଯୋଗ ଆସିଛି। ଏହି ଲୁଟେରାମାନେ ଘରେ ପଶିବାପରେ ଘରଲୋକମାନଙ୍କୁ କୌଣସି ଉପାୟରେ ଅଚେତ କରି ଲୁଟ କରିଥିବା ସନ୍ଦେହ କରାଯାଉଛି। ଦୁଇଟି ଘରଲୋକ ଚୋରୀ ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡିଛି।

Khansweb Solution Bhubaneswar

Leave A Reply

Your email address will not be published.