banner
Breaking

ଲକ୍ ଡାଉନ୍ ବେଳେ ଭୋକିଲାଙ୍କୁ ଖାଦ୍ୟ ବାଣ୍ଟିଲେ ସ୍ୱେଚ୍ଛାସେବୀ

ଘରେ ରୁହନ୍ତୁ, ସତର୍କତା ଅବଲମ୍ବନ କରନ୍ତୁ କରୋନା ପାଖ ମାଡିବନି। ଓଡ଼ିଆ ନ୍ୟୁଜ

0

ଭୁବନେଶ୍ୱର, ୩୦।୩(ଓଡ଼ିଆ ନ୍ୟୁଜ)- କରୋନା ଭୂତାଣୁ ମୁକାବିଲା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ତାଲା ବନ୍ଦ ଯୋଗୁଁ ସହରରେ ଥିବା ସମସ୍ତ ହୋଟେଲ ,ଜଳଖିଆ ଦୋକାନ ଆଦି ବନ୍ଦ ରହିଛି । ଏହି ସମୟରେ ସହରବାସୀଙ୍କ ସେବାରେ ନିୟୋଜିତ ପୋଲିସ୍ କର୍ମଚାରୀ ଓ ବିଏମସି କର୍ମଚାରୀ ଭୋକ ଉପାସରେ କାର୍ଯ୍ୟ କରୁଛନ୍ତି । ଏହାକୁ ହୃଦୟଙ୍ଗମ କରି କିଛି ସ୍ୱେଚ୍ଛାସେବୀ କର୍ତବ୍ୟରତ କର୍ମଚାରୀଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି । ସରକାରୀ ସହାୟତାକୁ ଅପେକ୍ଷା ନକରି ସ୍ୱେଚ୍ଛାସେବୀ ମାନେ ନିଜ ପକେଟ୍ ରୁ ସମସ୍ତ ଖର୍ଚ୍ଚ ବହନ କରି ସେବା ଯୋଗାଉଛନ୍ତି।

ବୀର ସୁରେନ୍ଦ୍ର ସାଏ ନଗରର ଡିଏଲ୍ କଲୋନୀରେ ରହୁଥିବା କିଛି ସ୍ୱେଚ୍ଛାସେବୀ ସହରରେ ମୁତୟନ ହୋଇଥିବା ପୋଲିସ୍ , ବିଏମସି ଓ ସଫେଇ କର୍ମଚାରୀଙ୍କୁ ଖାଦ୍ୟ ଓ ପାଣି ବୋତଲ ବଂଟନ କରିଥିଲେ । ଏହାସହ ରାସ୍ତାରେ ଅସହାୟ ଭାବେ ରହିଥିବା କିଛି ନିରାଶ୍ରୟଙ୍କୁ ମଧ୍ୟ ସେମାନେ ଖାଦ୍ୟ ଓ ପାଣି ଦେଇଥିଲେ । ବର୍ତମାନ ପ୍ରାୟ ୩୫୦ ଜଣଙ୍କୁ ଖାଦ୍ୟ ପୁଡିଆ ଓ ପାଣି ବୋତଲ ବଂଟନ କରାଯାଇଥିବା ବେଳେ ଆଗାମୀ ଦିନରେ ଅଧିକ ଲୋକଙ୍କ ପାଖରେ ପହଂଚିବାକୁ ଚେଷ୍ଟା କରିବେ ବୋଲି ସେମାନେ କହିଛନ୍ତି । ସ୍ୱେଚ୍ଛାସେବୀ ମାନଙ୍କର ଏଭଳି କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦା ଖୁବ୍ ପ୍ରଶଂସା କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ପୁରଂଜନ ପାଢୀ , ନିଶାଥ ରଂଜନ ନନ୍ଦ, ହିମାଂଶୁ ଶେଖର ନାୟକ , ବୁଢା ଲେଙ୍କା , ରାଜେଶ ପଟ୍ଟନାୟକ , ଭବାନୀ ଶଙ୍କର ନାୟକ, ଯଶବନ୍ତ ନନ୍ଦୀ , ରାଜୀବ ନୟନ ରଥ, କ୍ରିଷ୍ଟେନ୍ଦୂ ସାହୁ, ସୌମ୍ୟ ରଂଜନ ମହାନ୍ତି ଓ ଦିପିନା ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.