banner
Breaking

ରାଜଧାନୀରେ ବେଲଗାମ ଅପରାଧୀ।

0

ଭୁବନେଶ୍ୱର, ୪/୩ (ଓଡ଼ିଆ ନ୍ୟୁଜ) ରାଜଧାନୀରେ ବେପରୁଆ ଅପରାଧୀ। ଉଇ କେୟାର ଉଇ ଡେୟାର ନାରା ଦେଉଥିବା କମିଶନରେଟ ପୋଲିସକୁ ଦିନ ଦିପହରେ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ। ଗତ କିଛିଦିନ ତଳେ ଇମ୍ଫୋସିସ ଥାନା ଅଧିନରେ ଯୁବତୀଙ୍କ ଉପରେ ହୋଇଥିବା ଗୁଳିକାଣ୍ଡ ଲୋକଙ୍କ ମନରୁ ଲିଭି ନାହିଁ। ବୁଧବାର ଦିନ ଅପରାହ୍ନରେ ଚନ୍ଦକା ଥାନା ଅଧିନସ୍ଥ ନନ୍ଦନକାନନ ପଛ ପଟରେ ଥିବା ଜଙ୍ଗଲ ଭିୟୁ ନାମକ ହୋଟେଲ ରେ ଗୁଳିକାଣ୍ଡ ହୋଇଛି । ଏଥିରେ ହୋଟେଲ ମାଲିକ ସୌଭାଗ୍ୟ ବସତ ବଂଚି ଯାଇଥିବା ବେଳେ ଜଣେ କଷ୍ଟମର କାନ୍ଧରେ ଗୁଳି ବାଜିଛି ।ତାକୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିବାର ଜଣାପଡିଛି ।

ବୁଧବାର ଦିହିପହ୍ରରର ହୋଟେଲକୁ ୩ଜଣ ଯୁବକ ଖାଇବାକୁ ଆସିଥିଲେ । ସେମାନେ ମଦ୍ୟପାନ କରିଥିବାରୁ ଅଶ୍ଳୀଳ ଭାଷା ବ୍ୟବହାର କରିବାରୁ ହୋଟେଲ କର୍ମଚାରୀମାନେ ବିରୋଧ କରିଥିଲେ ।ଏହି ଯୁବକମାନେ ବିରକ୍ତ ହୋଇ ଫେରିଯାଇଥିଲେ । ପୁଣି ସାଢ଼େ ୪ଟାରେ ଏକ ବାଇକ ରେ ଆସି ୩ଜଣ ଯୁବକ ମୁଖା ପିନ୍ଧି ଆସି ହୋଟେଲ ମାଲିକ ଙ୍କୁ ଗୁଳିମାଡ଼ କରିଥିଲେ । କିନ୍ତୁ ଗୁଳିଟି ଜଣେ କଷ୍ଟମର କାନ୍ଧରେ ବାଜିଥିଲା । ଖବରପାଇ ଚନ୍ଦକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Khansweb Solution Bhubaneswar

Leave A Reply

Your email address will not be published.