banner
Breaking

ଅପରାଧୀଙ୍କ ପାଇଁ ପୁଣି ଗର୍ଜିଲା ପୋଲିସ ବନ୍ଧୁକ

0

ଭୁବନେଶ୍ବର,୧୪/୯(ବ୍ୟୁରୋ) ଅପରାଧୀଙ୍କୁ ସାବାଡ କରିବା ପାଇଁ ପୁଣି ଗର୍ଜିଲା ପୋଲିସ ବନ୍ଧୁକ। ଆଗକୁ ଦଶହରା ଥିବାରୁ ଅପରାଧୀଙ୍କ ଉପରେ କଡ଼ା ନଜର ରଖିଛି ପୋଲିସ।
ଆଜି ଭିନ୍ନ ଭିନ୍ନ ସ୍ଥାନରେ ଦୁଇ ଅପରାଧୀଙ୍କୁ ପୋଲିସ ଏନକାଉଣ୍ଟର କରିଛି । ଝାରସୁଗୁଡ଼ାର ବ୍ରଜରାଜନଗରରେ ଦୁର୍ଦ୍ଦାନ୍ତ ଅପରାଧୀ ବିନୋଦ ପ୍ରସାଦକୁ ପୋଲିସ ଏନକାଉଣ୍ଟର କରିଛି । ଏନକାଉଣ୍ଟର ଫଳରେ ଡାହାଣ ଗୋଡ଼ରେ ଗୁଳି ବାଜିଛି ଏବଂ ଜିଲ୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ବିନୋଦ ନାଁରେ ବିଭିନନ ଥାନାରେ ଏକାଧିକ ମାମଲା ରହିଛି । ବିନୋଦ ନିକଟରୁ ଗୋଟିଏ ବାଇକ ଓ ବନ୍ଧୁକ ଜବତ ହୋଇଛି । ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ସହଯୋଗୀ ବିନୋଦ ଥିଲା ।
ସେହିପରି ଗଞ୍ଜାମ ଥାନା ଜୟଶ୍ରୀ କେମିକାଲ ଛକରେ ଦୁର୍ଦ୍ଦାନ୍ତ ଅପରାଧୀ କୋକ ଓରଫ ସୁଶାନ୍ତ ବେହେରାକୁ ଏନକାଉଣ୍ଟର କରିଛି ପୋଲିସ । ଏନକାଉଣ୍ଟର ଫଳରେ ବାମ ଗୋଡ଼ରେ ଗୁଳି ବାଜିଛି ଏବଂ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୁଶାନ୍ତଠାରୁ କୋଟିଏ ବାଇକ, ଗୋଟିଏ ମାଉଜର ଓ ୨ଟି ଗୁଳି ଜବତ ହୋଇଛି । ସୁଶାନ୍ତ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ।

Khansweb Solution Bhubaneswar

Leave A Reply

Your email address will not be published.