banner
Breaking

ଜଘନ୍ୟ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ।

0

ଭୁବନେଶ୍ୱର,୨୫|୦୨:  ବହୁଚର୍ଚ୍ଚିତ ନୟାପଲ୍ଲୀ ଆଇଆରସି ଭିଲେଜ ଉଷଶ୍ରୀ ହତ୍ୟା ଘଟଣାରେ ଆଜି ଖୋର୍ଧା କୋର୍ଟ ଅଭିଯୁକ୍ତ କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ୨୦୧୩ରେ ସୋମନାଥ ନିଜ ପତ୍ନୀ ଉଷଶ୍ରୀଙ୍କୁ ହତ୍ୟା କରିବା ପରେ ପ୍ରାୟ ୩୦୦ ଖଣ୍ଡ କରି ଟିଫିନରେ ରଖିଥିଲେ।

୨୦୧୩ ମସିହା ଜୁନ ୨୧ ତାରିଖରେ ରାଜଧାନୀର ହାଇପ୍ରୋଫାଇଲ ନୟାପଲ୍ଲୀ ଅଞ୍ଚଳରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ସୋମନାଥ ପରିଡା ନାମକ ଜଣେ ଅବସରପ୍ରାପ୍ତ ସେନା କର୍ଣ୍ଣେଲ ନିଜ ପତ୍ନୀଙ୍କୁ ହତ୍ୟା କରିଥିଲେ। କେବଳ ହତ୍ୟା କରି ନଥିଲେ ସେ ନିଜ ପତ୍ନୀଙ୍କ ମୃତଦେହକୁ ୩୦୦ ଖଣ୍ଡ କରି ଟିଫିନ ମଧ୍ୟରେ ରଖିଥିଲେ। ଯାହା ସାରା ରାଜ୍ୟକୁ ସ୍ତବ୍ଧ କରିବା ସହ ଆଲୋଡନ ସୃଷ୍ଟି କରିଥିଲା। ପ୍ରଥମେ ସେ ପୋଲିସକୁ ପତ୍ନୀ ଆତ୍ମହତ୍ୟା କରିଥିବା ମିଛ କହିଥିଲେ।

ତେବେ ପତ୍ନୀ ଉଷଶ୍ରୀ ନିଜ ଝିଅଙ୍କ ସହ କଥା ହେବାରୁ ସୋମନାଥ ଉତକ୍ଷିପ୍ତ ହୋଇ ଏପରି କରିଥିବା କୁହାଯାଉଛି। ଝିଅ ମଧ୍ୟ  ତାପରେ ଆଉ ଥରେ ମାଙ୍କ ସହ କଥା ହେବା ପାଇଁ ଫୋନ କରିବାରୁ ସୋମନାଥ ଉଷଶ୍ରୀଙ୍କର ଦେହ ଭଲ ନଥିବା ଓ ସେ ଶୋଇଥିବା କହିଥିଲେ। ଏହି ଖବର ପାଇ ଉଷଶ୍ରୀଙ୍କ ଭାଇ ତାଙ୍କୁ ଦେଖା କରିବାକୁ ଆଇଆରସି ଭିଲେଜ ସ୍ଥିତ ବାସଭବନକୁ ଯାଇ କବାଟ ବାଡେଇଥିଲେ ମଧ୍ୟ କେହି ଖୋଲି ନଥିଲେ। କିନ୍ତୁ ଘର ମଧ୍ୟରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିଲା। ମନରେ ସନ୍ଦେହ ହେବାରୁ ସେ ପୋଲିସରେ ଖବର ଦେଇଥିଲେ। ପୋଲିସ ଛାନଭିନ କରି ୨୫ଟି ଟିଫିନ, ୨ଟି ବଡ ବାକ୍ସରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଥିଲା।

ଅଭିଯୁକ୍ତ ସୋମନାଥଙ୍କ ବିରୋଧରେ ମାମଲା ଚାଲିଥିଲା। ଏପରିକି ଉଷଶ୍ରୀଙ୍କ ଡିଏନଏ,ଭିସେରା ଓ ଖପୁରୀ ଆଦି ପରୀକ୍ଷା କରାଯାଇଥିଲା। ଆହୁରି ମଧ୍ୟ ସୋମନାଥଙ୍କ ଲାଏ-ଡିଟେକ୍ଟିଭ ଟେଷ୍ଟ ହୋଇଥିଲା। ଏହି ମାମଲାରେ ମୋଟ ୨୯ଜଣଙ୍କୁ ସାକ୍ଷ୍ୟ ପ୍ରଦାନ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.