banner
Breaking

ଆର୍‌ ଆଇ ଇ, ଏନ୍‌ସିଆର୍‌ଟି ଭୁବନେଶ୍ୱର ପକ୍ଷରୁ ଏକବିଂଶ ଶତାବ୍ଦୀର ଶିକ୍ଷା ସମ୍ପର୍କିତ ଏକ ଅନ୍ତର୍ଜାତୀୟ ସମ୍ମିଳନୀ

0

ଭୁବନେଶ୍ୱର : ରିଜୋନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ୍ (ଆର୍‌ଆଇଇି), ଭୁବନେଶ୍ୱର ପକ୍ଷରୁ ନେସ୍‌ନାଲ୍ କାଉନ୍‌ସିଲ୍ ଫର୍ ଏଜୁକେସନ୍ ଆଣ୍ଡ୍ ରିର୍ସଚ୍ଚ୍ ଟ୍ରେନିଙ୍ଗ୍ (ଏନ୍‌ସିଇଆର୍‌ଟି), ନୂଆଦିଲ୍ଲୀ, ୟୁନାଇଟେଡ୍ ନେସନ୍ସ୍ ଚିଲ୍‌ଡ୍ରେନ୍‌ସ ଫଣ୍ଡ୍ (ୟୁନିସେଫ୍‌) ଏବଂ କମନ୍‌ୱେଲଥ୍ ଏଜୁକେସନ୍ ମିଡିଆ ସେଂଟର୍ ଫର୍ ଏସିଆ (ସିଇଏମ୍‌ସିଏ) ସହଭାଗୀତାରେ ଏକ ବିଂଶ ଶତାବ୍ଦୀର ଶିକ୍ଷା ସମ୍ପର୍କିତ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଚଳିତ ମାସ ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଏହାର ନୂତନ ସଭାଗୃହରେ ଆୟୋଜନ କରାଯାଇଅଛି ।

ଏହି ସମ୍ମିଳନୀରେ ଭାରତ ସହିତ ବିଦେଶରୁ ଅନେକ ଶିକ୍ଷାବିତ୍ ଏବଂ ଗବେଷକମାନେ ଶିକ୍ଷାରେ କିପରି ଏକବିଂଶ ଶତାବ୍ଦୀର କୌଶଳକୁ ସାମିଲ କରାଯାଇ ଛାତ୍ରଛାତ୍ରୀମାନଙ୍କୁ ଏକ ବୈଷୟିକ ଓ ବିକଶିତ ବିଶ୍ୱ ନିମନ୍ତେ ପ୍ରସ୍ତୁତ କରାଯିବ ଯେଉଁଠି ସେମାନେ ନେତୃତ୍ୱ ନେବାର ଭୂମିକା ଗ୍ରହଣ କରିବେ ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯିବ ।

ନେସ୍‌ନାଲ୍ ଏଜୁକେସନ୍ ପଲିସି, ଭାରତ ସରକାରଙ୍କ ସଦସ୍ୟ ଏବଂ ମୁମ୍ବାଇର ଏସ୍‌ଏନ୍‌ଡିଟି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର୍ ବସୁଧା କାମତ୍ ଆନୁଷ୍ଠାନିକ ଭାବରେ ପାରମ୍ପରିକ ପ୍ରଦୀପ ପ୍ରଜ୍ଜ୍ୱଳନ ଭିତିକ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ ଏବଂ ସମ୍ମିଳନୀର ମୁଖ୍ୟ ବାର୍ତା ପ୍ରଦାନ କରିଥିଲେ । ଦୁଇ ଦିବସୀୟ ଏହି ସମ୍ମିଳନୀରେ ସାତୋଟି ବିଶାରଦ ଆଲୋଚନା ଆୟୋଜନ କରାଯିବା ସହିତ ୭୫ଗୋଟି ସନ୍ଦର୍ଭ ପାଠ କରାଯିବ ।

ସମ୍ମିଳନୀକୁ ଉଦ୍‌ଘାଟନ କରି ପ୍ରଫେସର୍ ବସୁଧା କାମତ୍ କହିଥିଲେ, ଏହି ପ୍ରକାରର ସମ୍ମିଳନୀ ଆୟୋଜନ କରିଯିବା ନିଶ୍ଚିତ ରୂପରେ ସମାଜ ପାଇଁ ଅନେକ ଗୁରୁତ୍ୱ ବହନ କରେ । ଏହି ଅବସରରେ ସେ ଆହୁରି ମଧ୍ୟ ୧୭୬୦, ୧୮୯୦ ଓ ୨୦୧୦ର ଶିଳ୍ପ ବିପ୍ଳବ ଏବଂ ଏହାର ଶିକ୍ଷା ଉପରେ ପ୍ରଭାବ ସମ୍ପର୍କରେ କହିଥିଲେ ।

ପ୍ରଯୁକ୍ତି ବିଦ୍ୟା ଭିତିକ ପାଠପଢା, ଏକବିଂଶ ଶତାବ୍ଦୀର ପାଠପଢାକୁ ସମ୍ବୋଧନ, ଏକ ପୂର୍ଣ୍ଣାଙ୍ଗ ଶିକ୍ଷାର ବିକାଶ ଓ ନୀତି ପ୍ରଣୟନ ଏବଂ ପଦ୍ଧତି ଓ ପାଠପଢାର ପରିଣାମ ସାର୍ଥକ ହେବା ଆଦି ପ୍ରମୁଖ ବିଷୟ ଉପରେ ଏହି ସମ୍ମିଳନୀ କେନ୍ଦ୍ରିତ ।

ଏହି ଅବସରରେ ଆର୍‌ଆଇଇି, ଏନ୍‌ସିଇଆର୍‌ଟି ଭୁବନେଶ୍ୱରର ପ୍ରଧାନ ଶିକ୍ଷକ ଓ ସଭାମୁଖ୍ୟ ପ୍ରଫେସର୍ ପି. ଓି. ଅଗ୍ରୱାଲ୍ କହିଥିଲେ, ଆମେ ଆଶା କରୁଛୁ ଏହି ସମ୍ମିଳନୀ ଜ୍ଞାନ ଏବଂ ଅଭିଜ୍ଞତାକୁ ପରିପ୍ରକାଶ କରିବା ପାଇଁ ଏକ ମଂଚ ପ୍ରଦାନ କରିବ ଯାହାକୁ ନୀତି ନିର୍ମାତାମାନଙ୍କ ଦ୍ୱାରା ଆମର ଦେଶର ଶିକ୍ଷା ପ୍ରଣାଳୀରେ ସୁଧାର ଏବଂ ପୁନଃରୁଦ୍ଧାର କରିବା ନିମନ୍ତେ ଏକ ଜାତୀୟ ନୀତି ପ୍ରଣୟନ କରିବା ନିମନ୍ତେ ସାହାଯ୍ୟ କରିବ ।

ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି:
ଶିକ୍ଷାର ପରିବର୍ତନଶୀଳ ବ୍ୟବସ୍ଥାକୁ ଜାଣିବା ନିମନ୍ତେ ବିଶ୍ୱର ଶିକ୍ଷାବିତ୍‌ମାନଙ୍କୁ ଏକ ମଂଚ ପ୍ରଦାନ କରିବା
ବିଭିନ୍ନ ସାଂସ୍କୃତିକ ଓ ପ୍ରାସଙ୍ଗିକ ମୂଲ୍ୟବୋଧ ଉପରେ ଆଧାରିତ ଅନେକ ଅଭିନବ ପ୍ରଥାଗୁଡିକୁ ଜାଣିବା
ଅଭିନବତ୍ୱ ମାଧ୍ୟମରେ ଆଧୁନିକ ଶିକ୍ଷାରେ ନୂତନତାର ଗମ୍ଭୀର ପ୍ରତିବିମ୍ବ ପ୍ରଦାନ କରିବା
ଭାରତୀୟ ସନ୍ଦର୍ଭରେ ଶିକ୍ଷା ପ୍ରଣାଳୀ ଉପରେ ସୁଧାର ନିମନ୍ତେ ବିଚାରବିମର୍ଶ ଏବଂ ଆଲୋଚନାରୁ ପ୍ରାପ୍ତ ଅନୁଭବର ଉପଯୋଗ କରିବା

ସମ୍ମିଳନୀରେ ଉପସ୍ଥିତ ରହି ୟୁନିସେଫ୍‌ର କ୍ଷେତ୍ରୀୟ ଅଫିସ୍‌, ଓଡିଶାର ମୁଖ୍ୟ ଡକ୍ଟର ମୋନିକା ନିଲ୍‌ସନ୍ କହିଥିଲେ, ଏକବିଂଶ ଶତାବ୍ଦୀର ଦକ୍ଷତାକୁ ଆଧାର କରି ବର୍ତମାନର ଶିକ୍ଷା ପ୍ରଣାଳୀକୁ ବିକଶିତ କରିବା ପାଇଁ ଏହି ପ୍ରକାରର କୌଶଳପୂର୍ଣ୍ଣ ସମ୍ମିଳନୀ ଅନେକ ଗୁରୁତ୍ୱ ପହନ କରିବ । ଆହୁରି ମଧ୍ୟ ସେ ଶିକ୍ଷା ବ୍ୟବସ୍ଥାରେ ଇଂଟର୍‌ନେଟ୍‌ର ପ୍ରଭାବ ଏବଂ ପାଠକପାଠିକାମାନଙ୍କର ସ୍ୱାଧୀନତା ସମ୍ପର୍କରେ କହିଥିଲେ ।

ଏହି ସମ୍ମିଳନୀର ମୁଖ୍ୟ ପୃଷ୍ଠପୋଷକ ଏନ୍‌ସିଇଆର୍‌ଟିର ନିର୍ଦ୍ଦେଶକ ପ୍ରଫେସର ହ୍ରିଷିକେଶ୍ ସେନାପତି, ସଭାମୁଖ୍ୟ ଆର୍‌ଆଇଇି, ଏନ୍‌ସିଇଆର୍‌ଟି ଭୁବନେଶ୍ୱରର ପ୍ରଧାନ ଶିକ୍ଷକ ପ୍ରଫେସର୍ ପି. ଓି. ଅଗ୍ରୱାଲ୍ ଏବଂ ପରିଚାଳନା ସଚିବ ଶିକ୍ଷା ବିଭାଗ, ଆର୍‌ଆଇଇି, ଏନ୍‌ସିଇଆର୍‌ଟି ଭୁବନେଶ୍ୱରର ପ୍ରଫେସର୍ ଗୌରାମା ଅଟନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.