banner
Breaking

ଦିନ ଦିପହରରେ ରାଜଧାନୀରେ ଯୁବତୀଙ୍କୁ ଗୁଳିମାଡ଼।

0

ଭୁବନେଶ୍ୱର,୧୦ ।୨(ଓଡ଼ିଆ ନ୍ୟୁଜ): ରାଜଧାନୀରେ ଫୁଟିଲା ଗୁଳି। ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗୁଳିମାଡ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ଯୁବତୀଙ୍କୁ ଗୁଳିମାଡ କରି ଘଟଣାସ୍ଥଳରୁ ଫେରାର ହୋଇଛନ୍ତି । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁଳିମାଡରେ ଗୁରୁତର ଆହତ ହୋଇଥିବା ଯୁବତୀ ଜଣକ ଭୁବନେଶ୍ୱରେ ଫ୍ୟାସନ୍ ଡିଜାଇନ୍ ପଢୁଥିବା ସୂଚନା ମିଳିଛି । ପୁରୁଷ ବନ୍ଧୁଙ୍କ ଉପସ୍ଥିତିରେ ଯୁବତୀଙ୍କୁ ଗୁଳିମାଡ ହୋଇଥିବା ଜଣାପଡିଛି । ଏହି ଗୁଳିମାଡ ପ୍ରେମ ବ୍ୟାପାରକୁ ନେଇ ହୋଇଛି ନା ଅନ୍ୟ କିଛି କାରଣ ପାଇଁ, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Khansweb Solution Bhubaneswar

Leave A Reply

Your email address will not be published.