banner
Breaking

ରାଜଧାନୀରେ ଲଜ୍ଜା। ୮ ବର୍ଷର ଝିଅକୁ ବଳତ୍କାର।

0

ଭୁବନେଶ୍ୱର,୨୪ା୧(ବ୍ୟୁରୋ):ରାଜଧାନୀରେ ପୁଣି ଲଜ୍ଜା। ଖଣ୍ଡଗିରି ଥାନା ଆଇଗଣିଆ ଅଞ୍ଚଳରେ ଥିବା ଏକ ବସ୍ତିରେ ଜଣେ ୮ବର୍ଷର ଶିଶୁ କନ୍ୟାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଶିଶୁ କନ୍ୟାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବାପରେ ପୋଲିସ ଏକ ବଳାତ୍କାର ମାମଲା ରୁଜୁ କରିବା ସହ ଏଥିରେ ସମ୍ପୃକ୍ତ ୪ଜଣ ନାବାଳକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ପୋଲିସ ନାବାଳିକାଙ୍କ ଡାକ୍ତରୀମାଇନା କରିଛି। ବଳାତ୍କାର କରିଥିବା ୪ଜଣଙ୍କ ମଧ୍ୟରେ ୩ଜଣଙ୍କ ବୟସ ୧୦ ବର୍ଷ ମଧ୍ୟରେ ହୋଇଥିବାବେଳେ ଜଣଙ୍କ ବୟସ ୧୨ବର୍ଷ ବୋଲି ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ଆଇଗଣିଆ ଅଞ୍ଚଳରେ ଥିବା ଏକ ବସ୍ତିରେ ପୀଡ଼ିତା ଶିଶୁ କନ୍ୟା ପରିବାର ସହ ରୁହନ୍ତି। ଏପରି କି ସମ୍ପୃକ୍ତ ନାବାଳକମାନେ ମଧ୍ୟ ଉକ୍ତ ବସ୍ତିରେ ରହୁଥିବା ଜଣାପଡ଼ିଛି। ସବୁଦିନ ପରି ବୁଧବାର ଅପରାହ୍ନରେ ଶିଶୁ କନ୍ୟା ଘର ନିକଟରେ ନାବାଳକଙ୍କ ସହ ଖେଳୁଥିଲେ। ଏହି ସମୟରେ ୪ଜଣ ନାବାଳକ ଶିଶୁ କନ୍ୟାକୁ ନିକଟରେ ଥିବା ଏକ ନିଛାଟିଆ ଜଙ୍ଗଲିଆ ସ୍ଥାନକୁ ଟେକି ନେଇ ସେଠାରେ ଜଣଙ୍କ ପରେ ଜଣେ ବଳାତ୍କାର କରିଥିଲେ। ଶିଶୁଟି ଚିତ୍କାର କରିବାରୁ ତାର ପାଟିକୁ ବନ୍ଦ କରିଦେଇଥିଲେ। ଫଳରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ପରେ ୪ନାବାଳକ ଶିଶୁ କନ୍ୟାକୁ ସେଠାରେ ଛାଡ଼ି ପଳାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଉକ୍ତ ନିଛାଟିଆ ସ୍ଥାନରୁ ଶିଶୁ କନ୍ୟାକୁ ଅଚେତ ଅବସ୍ଥାରେ ପାଇଥିଲେ। ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ଚିକିତ୍ସା କରିବା ପରେ ଘରକୁ ଆଣିଥିଲେ। ଘରେ ପଚରାଉଚରା ପରେ ନାବାଳିକା ଜଣକ ଘଟଣା ସମ୍ପର୍କରେ ସବୁ କଥା କହିଥିଲେ। ଏହାପରେ ଶିଶୁ କନ୍ୟାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବାପରେ ପୋଲିସ ଏକ ମାମଲା ରୁଜୁକରି ୪ନାବାଳକଙ୍କୁ କାବୁ କରି ଥାନାକୁ ଆଣିଛି। ଏନେଇ ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ପଚାରିବାରେ ବୁଧବାର ଖରାବେଳେ ଏଭଳି ଘଟଣା ହୋଇଥିବାନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଏକ ବଳାତ୍କାର ମାମଲା ରୁଜୁ କରାଯାଇ ୪ନାବାଳକଙ୍କୁ ଅଟକ ରଖି ପଚରାଉଚରା ଚାଲିଛି ବୋଲି ମହାପାତ୍ର କହିଛନ୍ତି।
ସୂଚନାଯୋଗ୍ୟ, ଗତ ୪ ମାସ ମଧ୍ୟରେ ରାଜଧାନୀରେ ୧୩ରୁ ଊର୍ଦ୍ଧ୍ୱ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଜଣାପଡ଼ିଛି; ଯାହାକି କମିଶନରେଟ ପୋଲିସର ଚିନ୍ତା ବଢାଇ ଦେଇଛି। ବଳାତ୍କାର ରୋକିବାକୁ ପୋଲିସ ପକ୍ଷରୁ ପରୀ ରଥ ପରିକ୍ରମା କରାଯାଇଛି ହେଲେ ନାବାଳିକା ବଳାତ୍କାର ଥମିବାର ନାଁ ନେଉନାହିଁ।

Khansweb Solution Bhubaneswar

Leave A Reply

Your email address will not be published.