banner
Breaking

ନାଗେଶ୍ୱର ବସ୍ତିରେ ଶାଢୀ ଓ କମ୍ବଳ ବଣ୍ଟନ

0

ଭୁବନେଶ୍ୱର,୧୯/୦୧(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁର ସ୍ଥିତ ନାଗେଶ୍ୱର ବସ୍ତିରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ଶାଢୀ ଏବଂ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୬ ନମ୍ବର ୱାର୍ଡର ସମାଜସେବୀ ମାନସ କୁମାର ଦାଶ ଓ ନାରୀ ନେତ୍ରୀ ମଧୁସ୍ମିତା ଦାଶଙ୍କ ନେତୃତ୍ୱରେ ଲିଭିଂ ହ୍ୟୁମାନିଟି ସଂସ୍ଥା ପକ୍ଷରୁ ନାଗେଶ୍ୱର ବସ୍ତିରେ ଥିବା ୬ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ଶାଢୀ ବଣ୍ଟନ କରାଯାଇଥିଲା । ଏଥିସହିତ ବସ୍ତିର ୩୫ଜଣ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ପ୍ରଦାନ କରାଯାଇଥିଲା । ମଣିଷର ମିଣିଷତ୍ୱକୁ ଜାଣିବା ସହିତ ତାର ସୁଖ ଦୁଃଖରେ ସାଥି ହୋଇ ରହିବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବସ୍ତିର ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.