banner
Breaking

ଶ୍ରୀ ଶ୍ରୀ ମହାବୀର ମନ୍ଦିରର ୧୬ ତମ ପ୍ରତିଷ୍ଠା ଉତ୍ସବ

0

ଭୁବନେଶ୍ୱର, ୧୫/୦୧ (ଓଡ଼ିଆ ନ୍ୟୁଜ) ପବିତ୍ର ମକର ସଂକ୍ରାନ୍ତି ଅବସରରେ ନିଳାଦ୍ରୀ ବିହାର ସେକ୍ଟର-୨ ସ୍ଥିତ ଶ୍ରୀଶ୍ରୀ ମହାବୀର ମନ୍ଦିରର ୧୬ ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଧାର୍ମିକ ବାତାବରଣ ଭିତରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ତିନିଦିନ ବ୍ୟାପି ଚାଲିଥିବା ଏହି ଉତ୍ସବରେ ସୋମବାର କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଏଥିରେ କଲୋନୀର ମହିଳା ପୁରୁଷ ମାନେ ମିଶି ୧୦୮ କଳସ ବୁଡାଇଥିଲେ । ମଙ୍ଗଳବାର ଅଙ୍କୁରାରୋପଣ, ମଣ୍ଡଳାଧିବାସ, ସୂର୍ଯ୍ୟପୂଜା ଗୋପୂଜା ହୋଇ ଯଜ୍ଞ ଆରମ୍ଭ ହୋଇଥିଲା । ବୁଧବାର ରାମଚନ୍ଦ୍ର ଓ ହନୁମାନଙ୍କର ହଜାର ଆଠ ଅହୁତି ସହିତ ବିଗ୍ରହ ସ୍ନାନ, ହନୁମାନ ଚାଳିଶା ଏବଂ ପୂର୍ଣ୍ଣାହୁତି ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଳର ବହୁ ଭକ୍ତ ଯୋଗଦାନ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ବାବା ଆର୍ତ୍ତତ୍ରାଣ ଯୋଗଦାନ କରି ପ୍ରଭୁଙ୍କ କୃପା ଲାଭ କରିଥିଲେ ।

ସଂଧ୍ୟାରେ ଭଜନ ସମାରୋହ ସହିତ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ଏହାକୁ ମହାବୀର ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ସୁଚାରୁରୂପେ ପରିଚାଳନା କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.