banner
Breaking

ଆରପାରିରେ ଫିଲ୍ମ ନିର୍ଦ୍ଦେଶକ ମନମୋହନ ମହାପାତ୍ର

0

ଭୁବନେଶ୍ୱର, ୧୩।୧: ବିଶିଷ୍ଟ ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କ ୬୯ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ହୋଇଥିବା ସାନ ପୁଅ ମନତୋଷ ମହାପାତ୍ର ସୂଚନା ଦେଇଛନ୍ତି। ଓଡ଼ିଆ ଫିଲ୍ମ ଜଗତକୁ ମନମୋହନଙ୍କ ଅବଦାନ ଥିଲା ଅତୁଳନୀୟ। ନୀରବ ଝଡ, କ୍ଲାନ୍ତ ଅପରାହ୍ନ, ଅନ୍ଧ ଦିଗନ୍ତ, ମଝି ପାହାଚ, ଶୀତରାତି ଏବଂ ଭିନ୍ନ ସମୟ ଭଳି ସୁପରହିଟ୍‌ ଚଳଚ୍ଚିତ୍ର ସେ ନିର୍ମାଣ କରିଥିଲେ। ସେଥିମଧ୍ୟରୁ ଅନେକ ଚଳଚ୍ଚିତ୍ର ଜାତୀୟ ପୁରସ୍କାର ଲାଭ କରିଥିଲା। କେବଳ ଓଡ଼ିଆ ନୁହେଁ, ସେ ହିନ୍ଦୀ ଚଳଚ୍ଚିତ୍ର ‘ବିଟସ୍‌ ଆଣ୍ଡ୍‌ ପିସେସ୍‌’ ନିର୍ଦ୍ଦେଶନା ଦାୟିତ୍ୱ ମଧ୍ୟ ତୁଲାଇ ଥିଲେ। ତାଙ୍କ ଅବର୍ତ୍ତମାନରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.