banner
Breaking

ସାଧାରଣ ଲୋକଙ୍କ ପାଇଁ ଖୋଲିଲା ଲୋକସେବା ଭବନ।

0

ଭୁବନେଶ୍ୱର, ୧୧ା୧(ବ୍ୟୁରୋ): ଲୋକସେବା ଭବନ ଉଦ୍ୟାନ ଶନିବାରଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲା ହୋଇଛି। ଶୀତଦିନିଆ ଫୁଲର ସମ୍ଭାରରେ ଲୋକସେବା ଭବନ ଉଦ୍ୟାନ ଅତ୍ୟନ୍ତ ମନୋରମ ରୂପ ଧାରଣ କରିଛି।

ତେଣୁ ଉଦ୍ୟାନର ଶୋଭାକୁ ଯେଭଳି ସାଧାରଣ ଲୋକେ ଉପଭୋଗ କରିପାରିବେ ସେଥିପାଇଁ ଚଳିତ ମାସରେ ୫ଦିନ ଏହାକୁ ଖୋଲା ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଚଳିତମାସ ୧୧ (ଦ୍ୱିତୀୟ ଶନିବାର), ୧୨(ରବିବାର), ୧୯ (ରବିବାର), ୨୫ (ଚତୁର୍ଥ ଶନିବାର) ଓ ୨୬ (ରବିବାର ତଥା ସାଧାରଣତନ୍ତ୍ର ଦିବସ) ତାରିଖରେ ଅପରାହ୍ନ ୩ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଏହା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଲୋକସେବା ଭବନର ଏକ ନମ୍ବର ଗେଟ୍‌ ଦେଇ ଲୋକେ ପ୍ରବେଶ କରିପାରିବେ।

Khansweb Solution Bhubaneswar

Leave A Reply

Your email address will not be published.