banner
Breaking

ହାଉସି°ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ରଙ୍କ ମାତୃ ବିୟୋଗ।

0

ଭୁବନେଶ୍ୱର,୧୧ା୧(ଓଡିଆ ନ୍ୟୁଜ): ପୂର୍ବତନ ବିଧାୟକ ତଥା ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା(ଓଏସ୍‌ଏଚ୍‌ବି) ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ରଙ୍କ ମା’ କାଞ୍ଚନବାଳା ମିଶ୍ରଙ୍କର ଗୁରୁବାର ୭୮ବର୍ଷ ବୟସରେ ପରଲୋକ ଘଟିଛି। ବାଲିପାଟଣାର ସ୍ବର୍ଗତ ଜଗନ୍ନାଥ ମିଶ୍ରଙ୍କ ସ୍ତ୍ରୀ କାଞ୍ଚନବାଳା ବାଥ୍‌ରୁମ୍‌ରେ ପଡ଼ିଯିବା ଫଳରେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗୁରୁବାର ଅପରାହ୍ନ ୩ଟା ୧୫ରେ ତାଙ୍କର ମୃତ୍ୟୁ ଘଟିଥିଲେ। ଏହି ସମୟରେ ତାଙ୍କର ବଡ଼ପୁଅ ଦେବଦର୍ଶୀ ମିଶ୍ର, ମଝିଆ ପୁଅ ପ୍ରିୟଦର୍ଶୀ ମିଶ୍ର ଓ ସାନପୁଅ ବିଶ୍ୱଦର୍ଶୀ ମିଶ୍ର, ତିନିଝିଅଙ୍କ ସମେତ ପ୍ରିୟଦର୍ଶୀଙ୍କ ପତ୍ନୀ ରୋଜାଲିନୀ ପାଟଶାଣୀ ମିଶ୍ର ଉପସ୍ଥିତ ରହିଥିଲେ। ସ୍ବର୍ଗତ ଜଗନ୍ନାଥ ମିଶ୍ର ବାଲିପାଟଣା ଚଣାହାଟ ହାଇସ୍କୁଲ୍‌ରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଗତ ୨ ବର୍ଷ ତଳେ ତାଙ୍କର ମୃତ୍ୟୁ ହୋଇଥିଲା। ଦେବଦର୍ଶୀ ବରିଷ୍ଠ ପ୍ରଫେସର ଭାବେ ଅରୁଣାଚଳ ପ୍ରଦେଶରେ କାର୍ଯ୍ୟରତ। ସ୍ବର୍ଗତା ମିଶ୍ର ଜଣେ ପରୋପକାରୀ, ଧର୍ମପରାୟଣା ଓ ସମାଜସେବୀ ଭାବରେ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ପରିଚିତ ଥିବାରୁ ତାଙ୍କ ମୃତ୍ୟୁରେ ବାଲିପାଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ହସ୍ପିଟାଲରୁ ତାଙ୍କ ମରଶରୀରକୁ ବାଲିପାଟଣାସ୍ଥିତ ତାଙ୍କ ଗ୍ରାମକୁ ଶେଷଦର୍ଶନ ଲାଗି ନିଆଯାଇଥିଲା। ଗୁରୁବାର ରାତିରେ ପୁରୀ ସ୍ବର୍ଗଦ୍ୱାରଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.