banner
Breaking

ନୀଳାଦ୍ରି ବିହାର ପଣ୍ଡାପାର୍କ ବସ୍ତିରେ ନିଶାନିବାରଣ ସଚେତନତା।

0

ଭୁବନେଶ୍ୱର,୭/୧(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁର ଅଂଚଳର ନୀଳାଦ୍ରୀବିହାରସ୍ଥିତ ପଣ୍ଡା ପାର୍କ ଖ ବସ୍ତି ରେ ନିଶା କାରବାର ବନ୍ଦ କରିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ବିଶିଷ୍ଟ ସମାଜସେବୀ ତଥା ଆଞ୍ଚଳିକ ମହିଳା ମହାସଂଘର ସଭାନେତ୍ରୀ ମିଲି ରଣାଙ୍କ ସଭାପତିତ୍ୱର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସତ୍ୟନଗର ଲେଡ଼ିଜ ଫୋରମର ସଭାନେତ୍ରୀ ଅନୁରାଧା ଦାସ ଯୋଗଦେଇ କହିଥିଲେ ମା ମାନେ ସ୍ବାବଲମ୍ବୀ ହେବା ଆବଶ୍ୟକ ନଚେତ ପୁରୁଷ ମାନେ ଆଧିପତ୍ୟ ଜାହିର କରି ନିର୍ଯ୍ୟାତନା ଦେବେ ,ଏକ ସୁସ୍ଥ ସମାଜ ଗଠନ ପାଇଁ ମା ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମ୍ମାନୀତ ଅତିଥି ରୂପେ ୬ ନମ୍ଵର ୱାର୍ଡ ର ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ଯୋଗଦେଇ କହିଥିଲେ କି ମା ଓ ଭଉଣୀ ମାନେ ଘରୁ ବାହାରି ସମାଜ ସଂସ୍କାର ଦିଗରେ କାମ କଲେ ଆମେ ନିଶ୍ଚିତ ଆମ ଲକ୍ଷ୍ୟରେ ସଫଳ ହେବା, ସେ ଏହି ନିଶାନିବାରଣ କାର୍ଯ୍ୟକ୍ରମକୁ ବହୁତ ପ୍ରସଂଶା କରିଥିଲେ, ତାଙ୍କର ଏହି ଅଭିଯାନରେ ଦୃଢ ସମର୍ଥନ ରହିଥିବା ଘୋଷଣା କରିଥିଲେ । ସେହିପରି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ବିଶ୍ୱରଂଜନ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ କି ଯୁବସମାଜ ସୁସ୍ଥ ରହିବାପାଇଁ ହେଲେ ନିଶାମୁକ୍ତ କରିବାକୁ ପଡିବ। ଆଞ୍ଚଳିକ ମହିଳା ମହାସଂଘର ଏହି ଉଦ୍ୟମକୁ ସେ ସମର୍ଥନ କରିବା ସହିତ ସାଧୁବାଦ ଜଣାଇଥିଲେ l ସ୍ଥାନୀୟ ଯୁବକ ସଙ୍ଘ ଓ ବସ୍ତିର ମୁରବି ମାନେ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ସଫଳ କରିଥିବା ବେଳେ ଛବୀତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.