banner
Breaking

ସୂର୍ଯ୍ୟପରାଗ ପାଇଁ ୨୬ରେ ସ୍କୁଲ କଲେଜ ଛୁଟି।

0

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ଆସନ୍ତା ଡିସେମ୍ବର ୨୬ରେ ସୂର୍ଯ୍ୟୋପରାଗ ଯୋଗୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସୂଚନାଯୋଗ୍ୟ, ୨୬ତାରିଖ ସକାଳେ ବିରଳ ସୂର୍ଯ୍ୟୋପରାଗ ସଂଘଠିତ ହେବ। ଏହା ଦକ୍ଷିଣ-ଭାରତର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଦେଖାଯିବାକୁ ଥିବାବେଳେ ଓଡ଼ିଶାରେ ଆଂଶିକ ଭାବେ ଦେଖାଯିବ। ଓଡ଼ିଶାରେ ଏହା ସକାଳ ୮ଟା ୨୦ମିନିଟରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୨୮ମିନିଟରେ ଶେଷ ହେବ। ସକାଳ ୯ଟା ୪୬ ମିନିଟରେ ସର୍ବାଧିକ ପରାଗ ଦେଖାଯିବ। ଉକ୍ତ ସମୟରେ ଚନ୍ଦ୍ର ସୂର୍ଯ୍ୟଙ୍କୁ ପ୍ରାୟ ୫୫-୬୫% ଘୋଡ଼ାଇଦେବ ଏବଂ ସୂର୍ଯ୍ୟର ଆଲୋକ ମଳିନ ପଡ଼ିବା ସହ ଏହା ଅଧାଖଣ୍ଡିଆ ଦେଖାଯିବ।

Khansweb Solution Bhubaneswar

Leave A Reply

Your email address will not be published.