banner
Breaking

କଗ୍ନିଏବଲ ଏବଂ ବ୍ରେନ୍ ଟ୍ରି ପକ୍ଷରୁ ଅର୍ଟିଜିମ୍ ସ୍ପେକ୍ଟ୍ରମ୍ ଡିସ୍ ଅର୍ଡର ଓ ଏବିଏ ଇନ୍ଟରଭେନସନ୍ କର୍ମଶାଳା।

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ସ୍ଥାନୀୟ କିମ୍ସ ଅଡିଟୋରିୟମ୍ଠାରେ ଅର୍ଟିଜିମ୍ ସ୍ପେକ୍ଟ୍ରମ୍ ଡିସ୍ଅର୍ଡର ଓ ଏବିଏ ଇନ୍ଟରଭେନସନ୍ ଶୀର୍ଷକ କର୍ମଶାଳା ଆୟୋଜିତ ହୋଇଛି । ୧୦୦ରୁ ଉଦ୍ଧ୍ୱର୍ ସ୍କୁଲ ଛାତ୍ରଛାତ୍ରୀ, ଅଭିଭାବକ, ଚିକିତ୍ସକ, ଏବଂ ରିହାବିଲିଟେସନ୍ ପ୍ରଫେସନାଲ ଉପସ୍ଥିତିରେ ବିଶ୍ୱର ସ୍ୱନାମଧନ୍ୟ ବିଶେଷଜ୍ଞ ଡ଼ଃ ଜୋସୁଆ କେ ପ୍ରିଟ୍କାର୍ଡ, କଗନିଏବ୍ଲ୍ର ପ୍ରତିଷ୍ଠାତା ମନୁ କୋହଲୀ, ପେଡିଆଟ୍ରିକ୍ ବିଶେଷଜ୍ଞ ଦେବାଶିଷ ପାଣିଗ୍ରାହୀ ଆଦି ଯୋଗ ଦେଇ ଅର୍ଟିଜିମ୍ର ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଦି ବ୍ରେନ୍ ଟ୍ରି ଏବଂ କଗନିଏବଲ ଦ୍ୱାରା ଆୟୋଜିତ ଏହି କର୍ମଶାଳାରେ ଅର୍ଟିଜିମ୍ର ପ୍ରଥମରୁ ଡାଇଗ୍ନୋସିସ୍ ଉପରେ ଜୋର ଦିଆଯାଇଥିଲା ଯାହାକି ଶିଶୁର ରିହାବିଲିଟେସନ୍ ପ୍ରକ୍ରିୟାର ଏକ ମୁଖ୍ୟ ସୋପାନ ଆପ୍ଲାଏଡ୍ ବିହେଭିୟର ଆନାଲିସିସ୍(ଏବିଏ) ପରି ଏଭିଡେନସ୍ ବେସଡ ଥେରାପି ଶିଶୁମାନଙ୍କ ପାଖରେ ଖୁବ୍ ଚମକ୍ରାର ଫଳ ପ୍ରଦାନ କରିଛି । କିନ୍ତୁ ଭାରତରେ ଏହି ଥେରାପୀ ଖୁବ୍ ଖର୍ଚ୍ଚଦାୟକ ତେଣୁ କଗ୍ନିଏବଲ ଏବଂ ବ୍ରେନ୍ ଟ୍ରି ଭୁବନେଶ୍ୱରରେ ଏହି ଏବିଏ ସର୍ଭିସ୍କୁ ଡିଜିଟାଲ ପ୍ଲାଟଫର୍ମରେ ସ୍କୁଲ, କ୍ଲିନିକ୍ ଏବଂ ଘରମାଙ୍କରେ ପହଂଚାଇବାର ପ୍ରୟାସ କରିଛି । ଶିଶୁର ବିକାଶୀକରଣ ଉପରେ ଯୋଗ ଦେଇ ଆଫଡେବଲ ଏବଂ ରିମୋର୍ଟ ଏବିଏ ସର୍ଭିସ୍ ମାଧ୍ୟମରେ ଏହି ରିଭୋଲ୍ୟୁସନ୍ଆଇଜଡ୍ ଥେରାପୀ ଅର୍ଟିଜିମ୍ ଶିଶୁମାନଙ୍କର ଅନେକ କାର୍ଯ୍ୟରେ ଆସିବ ।

Khansweb Solution Bhubaneswar

Leave A Reply

Your email address will not be published.