banner
Breaking

ସୁନିଲ୍ ଡ୍ୟାନ୍ସ ଏକାଡେମୀ (ଏସ୍.ଡି.ଏ) ର ୫ମ ବାର୍ଷିକ ଉତ୍ସବ । ନୃତ୍ୟ ଓ ସଂଗୀତ ପିଲାମାନଙ୍କର ଭାବନାକୁ ପରିପ୍ରକାଶ କରିବାର ଏକ ମାଧ୍ୟମ ।

0

ଭୁବନେଶ୍ୱର,୨୦/୧୨(ଓଡ଼ିଆ ନ୍ୟୁଜ): ରାଜଧାନୀର ଅଗ୍ରଣୀ ନୃତ୍ୟ ଓ ସଂଗୀତ ଭିତ୍ତିକ ଅନୁଷ୍ଠାନ ସୁନିଲ୍ ଡ୍ୟାନ୍ସ ଏକାଡେମୀ (ଏସ୍.ଡି.ଏ) ର ୫ମ ବାର୍ଷିକ ଉତ୍ôସବ ଇତି ମଧ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି । ଓଡିଶୀ ରିଚର୍ସ ସେଣ୍ଟରର ଉତ୍କଳ ରଂଗମଞ୍ଚରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ସୁଲେଖିକା ତଥା ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ର ସଂପାଦିକା ଡଃ ଇତିରାଣୀ ସାମନ୍ତ, ସମାଜସେବୀ ଶ୍ରୀମତୀ ସାଧନା ମିଶ୍ର, ପୂର୍ବତନ କର୍ପୋରେଟର ଶ୍ରୀମତି ପ୍ରିତିନନ୍ଦା ରାଉତରାୟ, ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସମାଜସେବୀ, ସଂଗଠକ ତଥା ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ସଭାପତି ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଅତିଥି ରୂପେ ଯୋଗଦେଇ ନୃତ୍ୟ ଓ ସଂଗୀତ ପିଲାମାନଙ୍କର ଭାବନାକୁ ପରିପ୍ରକାଶ କରିବାର ଏକ ମାଧ୍ୟମ ବୋଲି ଅଭିିହିତ କରିବା ସହ ସାମୁହିକ ସଫଳତା ପଛରେ ନପଡି ପିଲାମାନଙ୍କୁ ଦୃଢ ଅଧ୍ୟବସାୟ ପ୍ରତି ଧ୍ୟାନ ଦେବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ଏକାଡେମୀର ନିର୍ଦ୍ଦେଶକ ଶ୍ରୀ ସୁନୀଲ୍ କୁମାର ମଲ୍ଲିକ୍ ସଭାପତିତ୍ୱ କରିଥିବା ବେଳେ ସୁଭଜିତ୍ ପଣ୍ଡା ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ । ଏହି ଅବସରରେ ଉପସ୍ଥିତ ଅତିଥିôମାନଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ତଥା ଫଳକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତୀଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ସଂଗୀତ ବିଚିତ୍ରା କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ଅନାଥ ମଣିଷ, ସଲ୍ମନ୍ ଖାନ୍ ହିଟ୍ସ, ରଙ୍ଗବତୀ ପ୍ରମୁଖ ବେଶ୍ ଆଦୃତ ଲାଭ କରିବା ସହ ଅଭିଭାବକମାନଙ୍କ ଦ୍ୱାରା ପ୍ରସ୍ତୁତ ଦାଣ୍ଡିଆ ନୃତ୍ୟ ଓ ଫେସନ୍ ସୋ କାର୍ଯ୍ୟକ୍ରମରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । କୁନି କୁନି ପିଲାମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ବିକାଶ କରିବାରେ ଏକାଡେମୀର ଏହି ପ୍ରୟାସକୁ ଉତ୍ôସବ ଅବସରରେ ପ୍ରଶଂସା କରାଯାଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.