banner
Breaking

ଜଳସାଥୀ ଆପର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ। ଜଳକର ଆଦାୟ କରିବେ ମହିଳା।

0

ଭୁବନେଶ୍ୱର, ୧୮ା୧୨(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ରେଳ ଅଡ଼ିଟୋରିଅମରେ ଜଳସାଥୀ ଆପର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଜଳ କର ଆଦାୟ କରିବେ ଏସଏଚଜି ମହିଳା ।

୧୧୪ ପୌରାଞ୍ଚଳରେ ଜଳ କର ଆଦାୟ କରିବେ ଜଳସାଥୀ । ଏହାସହ ଜଳସାଥୀଙ୍କୁ ପରୀକ୍ଷଣ କିଟ୍ ଓ ପିଓଏସ ମେସିନ ମଧ୍ୟ ଯୋଗାଇ ଦିଆଯିବ । ଏଥି ପାଇଁ ୱାଟକୋ ଓ ଏଏଲଏଫ ସଂସ୍ଥା ସହ ରାଜିନାମା ସ୍ୱାକ୍ଷରିତ ହୋଇଛି । ଏହାସହ ଜଳସାଥୀଙ୍କୁ ନବୀନ ନିବାସର ପାଣି ବିଲର ପଇସା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଜଳସାଥୀ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସ୍ୱଚ୍ଛ ପିଇବା ପାଣି ଆବଶ୍ୟକ । ଜଳସାଥୀରେ ମିସନ ଶକ୍ତି ମାଆମାନେ ସାମିଲ ହେବା ଏକ ଖୁସିର କଥା । ମାଆ ମାନେ ସେବା ଯୋଗାଇବାର ସୁଯୋଗ ଏହି ମାଧ୍ୟମରେ ପାଇବେ ।

Khansweb Solution Bhubaneswar

Leave A Reply

Your email address will not be published.