banner
Breaking

ବ୍ରିଜ ଅଫ ହୋପ ପକ୍ଷରୁ ଆଗୁଆ ଯୀଶୁଙ୍କ ଜନ୍ମଦିନ ପାଳନ ଓ କମ୍ବଳ ବଣ୍ଟନ।

0

ଭୁବନେଶ୍ୱର,୧୫ା୧୨(ଓଡ଼ିଆ ନ୍ୟୁଜ): ଚନ୍ଦ୍ରଶେଖରପୁର ବିଡିଏ କଲୋନି ସ୍ଥିତ ସିୟନ ଶ୍ରମିକ ବସ୍ତି ଠାରେ ବ୍ରିଜ ଅପ ହୋଫ ତରଫରୁ ଯୀଶୁଖ୍ରୀଷ୍ଟ ଙ୍କ ଜନ୍ମଦିନ ଆଗୁଆ ପାଳନ କରାଯାଇଛି । ଆଜି ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜଙ୍ଗଲ ଓ ପରିବେଷ ବିଭାଗର ଉପ ସଚିବ ଭାସ୍କର ଚନ୍ଦ୍ର ତ୍ରୁକ୍ ଯୋଗଦେଇ କହିଥିଲେ ଇଶ୍ୱର ସବୁଠାରେ ବିଦ୍ୟମାନ ମନରେ ନିଷ୍ଠା ,ଭକ୍ତିଭାବ ରଖି ସତକର୍ମ କଲେ ଇଶ୍ୱରଙ୍କୁ ସବୁଠାରେ ପାଇପାରିବ । ସେ ଅନ୍ତରର କଥା ବୁଝନ୍ତି ତେଣୁ ଆମ୍ଭେମାନେ ସତ୍ୟାନୁରାଗି ହେବା ଆବଶ୍ୟକ ।ସମ୍ମାନିତ ଅତିଥିଭାବେ ଫାଦର ସିବୁ ମସିହ ଯୋଗଦେଇ କହିଥିଲେ ସତ ଓ ନ୍ୟାୟ ମାଧ୍ୟମରେ ଇଶ୍ୱର ପ୍ରାପ୍ତି ହୋଇପାରିବ ।ରାମ ,ରହିମ୍ ,ଆଲ୍ଲା ,ଜିଶୁ ସମସ୍ତେ ଏକ ।ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଫାଦର ମାୟାଦନ ଖୋରା ,ହୋସେୟା ହାଓପଲ ,ପ୍ରଦିପ ସିଂ ,ଉଲ୍ଲାସ ଦିଗଲ ,ସୁକାନ୍ତ ରାଉତ୍ ,ସତ୍ୟଜିତ୍ ରାଉତ୍ ପ୍ରମୁଖ ଯୋଗଦେଇ ଧର୍ମୀୟ ଭାବନା ଉପରେ ଆଲୋଚନା କରିଥିଲେ ।

ଉଜ୍ଜଳ କେଶରୀ ବିବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ କେକ୍ କଟାଯାଇ ପ୍ରଭୁ ଯୀଶୁଙ୍କ ଜନ୍ମଦିନ ପାଳନ କରାଯାଇଥିଲା । ଏହାପରେ ବ୍ରିଜଅପ୍ ହୋପ୍ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଥିଲା । ଏହାପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନିୟ ଅଞ୍ଚଳର ବହୁ ଜନସାଧାରଣ ଯୋଗଦେଇଥିଲେ । ଫାଦର ମସିହ ପ୍ରାଥନା ମାଧ୍ୟମରେ ପ୍ରଭୁଙ୍କୁ ସ୍ମରଣ କରି ସଭାକାର୍ଯ୍ୟ ଆରମ୍ଭ କରି ଉଦଯାପନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସାନ୍ତାରାଣି ନାୟକ ,ଅମରେନ୍ଦ୍ର ନାୟକ ,ଜିନ୍ନା ଦିଗାଲ ,ସାମୁଏଲ୍ କୁମାର ସୁବ୍ରିତ୍ ଦିଗଲ ପ୍ରମୁଖ ସହଯୋଗ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.