banner
Breaking

୫୦୦ ଟଙ୍କା ଦେଇ ନବୀନ କିଣିଲେ ଜିନିଷ।

0

ଭୁବନେଶ୍ୱର,୧୧ ।୧୨(ଓଡ଼ିଆ ନ୍ୟୁଜ): ରାଜଧାନୀ ଭୁବନେଶ୍ୱର ମିଶନ ଶକ୍ତି ମେଳାରେ ସପିଂ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେଳାରୁ ଗହଣା ବ୍ୟାଗ୍ ଓ ସପିଙ୍ଗ ବ୍ୟାଗ କିଣି ୫୦୦ ଟଙ୍କା ଦେଲେ ନବୀନ । ଏସଏଚଜି ଗୁଡିକର ହସ୍ତଶିଳ୍ପ ସାମଗ୍ରୀକୁ ଦେଖି ‘ଏକ୍ସଲେଣ୍ଟ’ କହିଲେ ।

ତେବେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଚାଲିଥିବା ମିଶନ ଶକ୍ତି ମେଳାକୁ ଆଜି ସଂଧ୍ୟାରେ ବୁଲିବାକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ । ପରିଦର୍ଶନ ବେଳେ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀକୁ ନବୀନ ପ୍ରଶଂସା କରିବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । କିଭଳି ଆଗାମୀ ଦିନରେ ଏହାର ଅଧିକରୁ ଅଧିକ ପ୍ରଚାର ପ୍ରସାର ହୋଇପାରିବ ସେନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ମିଶନ ଶକ୍ତି ନିର୍ଦ୍ଦେଶାଳୟ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ୍‌ ଶକ୍ତି ବିଭାଗ ପକ୍ଷରୁ ରାଜ୍ୟରେ ପ୍ରଥମ ଥର ପାଇଁ ୫ତାରିଖରୁ ‘ମିଶନ ଶକ୍ତି ମେଳା’ ଆୟୋଜିତ ହୋଇଯାଇଛି । ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ବିକ୍ରୟ ଲାଗି ବିଭାଗ ପକ୍ଷରୁ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଏହି ମେଳାର ଆୟୋଜନ କରାଯାଇଛି । ମେଳାରେ ୨୦୦ ଷ୍ଟଲ ମାଧ୍ୟମରେ ବିଭିନ୍ନ ପ୍ରକାରର ହସ୍ତତନ୍ତ, ହସ୍ତଶିଳ୍ପ, ଜଙ୍ଗଲଜାତ ଦ୍ରବ୍ୟ, ଖାଦ୍ୟ ଜାତୀୟ ଦ୍ରବ୍ୟ, ମସଲା ଏବଂ ଅଣକୃଷି ଜାତୀୟ ଦ୍ରବ୍ୟ ପ୍ରଦର୍ଶନ ଓ ବିକ୍ରୟ କରାଯାଉଛି । ଭୁବନେଶ୍ୱର ଭଳି ସହରାଞ୍ଚଳର ଲୋକମାନଙ୍କ ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପଦାର୍ଥ ବିଷୟରେ ସୂଚନା ଦେବା ଏବଂ ଏହାକୁ ଉପଲବ୍ଧ କରାଇବା ଏହି ମେଳାର ଉଦ୍ଦେଶ୍ୟ ।

Khansweb Solution Bhubaneswar

Leave A Reply

Your email address will not be published.