banner
Breaking

ଅହିଂସା ବ୍ରହ୍ମଚର୍ଯ୍ୟା ପାଳନ କରିବାର ଆବଶ୍ୟକତା ରହିଛି। ବିନ୍ଦୁ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ

0

ଭୁବନେଶ୍ୱର, ୮।୧୨ (ଓଡ଼ିଆ ନ୍ୟୁଜ): ବିନ୍ଦୁ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ, କବିତା ପାଠ, ସମ୍ବର୍ଦ୍ଧନା ସଭା ଓ ୧୫୦ତମ ଗାନ୍ଧୀ ଆଲୋଚନା ଚକ୍ର ୟୁନିଟ୍-୯ସ୍ଥିତ ଲୋହିଆ ଏକାଡ଼େମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିନ୍ଦୁ ସାହିତ୍ୟ ସମାଜର ପ୍ରତିଷ୍ଠାତା ସଭାପତି ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାକାର ବିଭୂତି ପଟ୍ଟନାୟକ ଯୋଗ ଦେଇ କହିଥିଲେ ଯେ, ବର୍ତ୍ତମାନ ସମାଜରେ ମାନବଜାତି ମିଛର ଆଶ୍ରୟରେ ଗତି କରୁଛି ଯାହାଫଳରେ ବହୁତ ଅଘଟଣ, ଦୁର୍ନୀତି ବ୍ୟାପୁଛି । ଏହି ସମୟରେ ଗାନ୍ଧିଜୀଙ୍କ ସତ୍ୟ, ଅହିଂସା ଓ ବ୍ରହ୍ମଚାର୍ଯ୍ୟ ପାଳନ କରିବାର ଆବଶ୍ୟକତା ରହିଛି । ଏଥି ସହିତ ଗାନ୍ଧୀଙ୍କ ସମ୍ବନ୍ଧରେ କେତେକ ଅନାଲୋଚିତ ଅଧ୍ୟାୟର ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଗାନ୍ଧିବାଦୀ କବି ଡଃ ଶୈଳଜ ରବି ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନ ଓ ଭାରତ ସମ୍ବନ୍ଧରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ପକ୍ଷୀଘର ପ୍ରକାଶନର ପରିଚାଳକ ବନୋଜ ତ୍ରିପାଠୀ ଯୋଗଦେଇ କହିଥିଲେ ଯେ, ଆମ ଭାଷା ଶାସ୍ତ୍ରୀୟ ମାନତ୍ୟର ୬ ନମ୍ବର ସ୍ଥାନରେ ରହିଛି । ତେଣୁ ଏହାର ସୁରକ୍ଷା ପାଇଁ ଆବେ ଯତ୍ନବାନ ହେବା ସହିତ ଆମ ଲେଖାଗୁଡ଼ିକ ଶାଣିତ ଓ ମାର୍ଜିତ ହେବା ଆବଶ୍ୟକ ।
ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ବିନ୍ଦୁ ସାହିତ୍ୟ’ ପତ୍ରିକା, ବାଉରୀବନ୍ଧୁ ଲେଙ୍କାଙ୍କ ଅନୁବାଦ ପୁସ୍ତକ ‘ଋତୁ ସଂହାର’, ଶଶୀଭୂଷଣ ମହାପାତ୍ରଙ୍କ କବିତା ସଂକଳନ ‘ଦୃଶ୍ୟାନ୍ତର’ ଓ ଭକ୍ତ ମଲ୍ଲଙ୍କ କବିତା ପୁସ୍ତକ ‘ମୋତେ ଛୁଁ’ ଏବଂ ବିଦ୍ୟୁତଲତା ଦାଶଙ୍କ କବିତା ସଂକଳନ ‘ତୋତେ ମନା’ ପ୍ରଭୃତି ପୁସ୍ତକ ଉନ୍ମୋଚିତ ହୋଇଥିଲା । ସଭା ଆରମ୍ଭରେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ଗାନ୍ଧୀ ଭଜନ ପରିବେଷଣ କରାଯାଇଥିଲା । ବିନ୍ଦୁ ସାହିତ୍ୟ ସମାଜର ଉପସଭାପତି ବାଉରୀବନ୍ଧୁ ଲେଙ୍କା ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାକୁ ସ୍ୱପ୍ନା ବେହରା ସଂଯୋଜନା କରିଥିବା ବେଳେ କବିତା ଆସରକୁ ଭକ୍ତ ମଲ୍ଲ, ଶଶୀଭୂଷଣ ମହାପାତ୍ର, ସୁଜାତା ମହାପାତ୍ର ଏବଂ ବିଜନ ରାୟ ପ୍ରମୁଖ ପରିଚାଳନା କରିଥିଲେ । ସମ୍ପାଦକ ଅରୁଣ କୁମାର ବିଶ୍ୱାଳ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଦେଶାତ୍ମବୋଧକ କବିତା ପ୍ରତିଯୋଗିତାରେ ବିଜୟୀ ସନ୍ଧ୍ୟାରାଣୀ ପରିଜା ଓ ସତ୍ୟବାନ ସାମଲ, ଶିଶୁ କବିତା ପ୍ରତିଯୋଗିତାରେ ଶରତ କୁମାର ଦାସ, କୈଳାସ ଚନ୍ଦ୍ର ସାହାଣୀ ଓ ଅଜିତା ମିଶ୍ରଙ୍କୁ ପୁରସ୍କୃତ କରାଯାଇଥିଲା । ଏଥି ସହିତ ୧୫ ଜଣ ବିଶିଷ୍ଟ କବି ଓ କବିୟତ୍ରୀଙ୍କୁ ବିନ୍ଦୁ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶେଷରେ ଉପସଭାପତି ରାଜଲକ୍ଷ୍ମୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.