banner
Breaking

ଖଣ୍ଡଗିରି ବଳତ୍କାର ଘଟଣାର ତଦାରଖ କଲେ ମହିଳା କମିଶନର।

0

ଭୁବନେଶ୍ଵର,୫।୧୨ (ବ୍ୟୁରୋ) ରାଜଧାନୀର ଖଣ୍ଡଗିରି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯିବା ଘଟଣାରେ ମହିଳା କମିଶନଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଗୁରୁବାର ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଖଣ୍ଡଗିରି ଥାନାରେ ପହଞ୍ଚି ମାମଲା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ସହିତ ଏହାର ଅନୁଧ୍ୟାନ କରିଥିଲେ। ମାମଲା ବିଷୟରେ ପୁଲିସକୁ ପଚରାଉଚରା କରିବା ପରେ ସେଠାରୁ ସେ ପୀଡ଼ିତାଙ୍କ ଘରକୁ ଯାଇଥିଲେ। ଖଣ୍ଡଗିରିସ୍ଥିତ ପୀଡ଼ିତାଙ୍କ ଘରେ ପହଞ୍ଚି ପରିବାର​‌ ଲୋକଙ୍କୁ ଭେଟି ଅଧିକ ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ସମ୍ପୃକ୍ତ ଯୁବତୀଙ୍କୁ ତାଙ୍କର ଜଣେ ସହଯୋଗୀ ଖଣ୍ଡଗିରି ଅଞ୍ଚଳରେ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୀଡ଼ିତାଙ୍କ ପରିବାର ପକ୍ଷରୁ ଖଣ୍ଡଗିରି ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତଦନ୍ତ ଚଳାଇଛି।

Khansweb Solution Bhubaneswar

Leave A Reply

Your email address will not be published.