banner
Breaking

ଦୁଇଜଣ ରୋମିୟଙ୍କୁ ରାସ୍ତାରେ ସାବାଡକରି ସମ୍ମାନିତ ହେଲେ ଯୁବତୀ। ସାବାସୀ ଜଣାଇଲେ କମିଶନର

0

ଭୁବନେଶ୍ୱର,୧୦/୯(ଓଡ଼ିଆ ନ୍ୟୁଜ)-ପୁରାଣ ଯୁଗରୁ ବର୍ତ୍ତମାନ ପର୍ଯ୍ୟନ୍ତ ନାରୀ ଶକ୍ତି ପାଖରେ ହାରମାନିଛି ପୁରୁଷ। ନାରୀ ମା,ଯାୟା,ଭଗିନୀ,ସର୍ବସ°ହା। ନାରୀ ଥରେ ସ°ହାର ଆରମ୍ଭ କଲେ ତା ପାଖରେ ହାରମାନନ୍ତି ସବୁ ଶକ୍ତି। ସେହିଭଳି ଜଣେ ସାହସୀ ନାରୀଙ୍କୁ ସମ୍ମାନିତ କରିଛନ୍ତି ପୋଲିସ କମିଶନର। ରୋଡ଼ରୋମିଓଙ୍କୁ ରାସ୍ତା ଉପରେ ଛେଚି ଚର୍ଚ୍ଚାକୁ ଆସିଥିବା ବେବିନା ମହାନ୍ତିଙ୍କୁ କମିଶନେରେଟ୍‌ ପୋଲିସ ପକ୍ଷରୁ ସମ୍ମାନିତ କରାଯାଇଛି। ତେବେ ଦୁଇ ପୁଅଙ୍କ ବିରୋଧରେ ଲଢ଼ିଥିବାରୁ ପୋଲିସ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ ତାଙ୍କୁ ସାବାସି ଜଣାଇଛନ୍ତି। ଏଥିସହ ଆଗକୁ ବି ଏମିତି ସାହସିକତା ପ୍ରଦର୍ଶନ କରିପାରୁଥିବା ଝିଅଙ୍କୁ ସମ୍ମାନିତ କରିବୁ ବୋଲି ପୋଲିସ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ସୂଚନା ଅନୁସାରେ, ସୋମବାର ଜିଜିପି କଲୋନୀ ଅଞ୍ଚଳରେ ବେବିନାଙ୍କୁ ଦୁଇ ଜଣ ଯୁବକ ପିଛା କରି ଅଶ୍ଳୀଳ କମେଣ୍ଟ କରିଥିଲେ। ଏନେଇ ଯୁବତୀ ଜଣକ ପ୍ରତିବାଦ ଜଣାଇବା ସହ ଯୁବକଙ୍କୁ ରାସ୍ତାରେ ବହେ ଛେଚି ଉଠବସ କରାଇଥିଲେ। ଏହାପରେ ଲୋକମାନେ ପୋଲିସ ଜିମା ଦେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.