banner
Breaking

ଉଛେଦ ହେବ ଚାରୋଟି ବସ୍ତି। ଭୟରେ ଅଛନ୍ତି ବସ୍ତି ବାସିନ୍ଦା।

0

ଭୁବନେଶ୍ୱର,୧।୧୧(ବ୍ୟୁରୋ): ବିଡିଏ, ଜିଏ ଓ ବିଏମସି ମିଳିତ ଏନ୍‌ଫୋର୍ସମେଣ୍ଟ ଦଳ ଦ୍ୱାରା ନଭେମ୍ବର ପ୍ରଥମ ସପ୍ତାହରେ ୪ଟି ବସ୍ତିରେ ଉଚ୍ଛେଦ କରାଯିବ। ଶୁକ୍ରବାର ନୀଳମାଧବ ବସ୍ତିର ‘ସି’ ବ୍ଲକ୍‌ରେ ଉଚ୍ଛେଦ କରାଯିବାକୁ ଥିବା ବେଳେ ଆସନ୍ତା ୪ ତାରିଖ ଦିନ ଗୌଡ ବସ୍ତି, ବୀରବସ ବସ୍ତି ଓ ଲକ୍ଷ୍ମୀପୁର ବସ୍ତିରେ ଉଚ୍ଛେଦ କରାଯିବ। ଆସନ୍ତା ୮ ତାରିଖ ଯାଏ ଦଳ ଦ୍ୱାରା ଲଗାତାର ଉଚ୍ଛେଦ ଥିବା ବେଳେ ଏହି ଦୁଇ ଉଚ୍ଛେଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଛି ବୋଲି ଜଣାପଡ଼ିଛି। ବସ୍ତିବାସିନ୍ଦାଙ୍କ ପାଇଁ ହାଉସିଂ ସ୍କିମ୍‌ରେ ଘର କରିବା ଲାଗି ଚନ୍ଦ୍ରଶେଖରପୁର କେୟାର ହସ୍ପିଟାଲ ନିକଟରେ ସ୍ଥାନ ଚିହ୍ନଟ ହୋଇଥିଲା। ଏ ପରିପ୍ରେକ୍ଷୀରେ ପୂର୍ବରୁ ନୀଳମାଧବ ବସ୍ତିର ବ୍ଲକ ଏକୁ ଭଙ୍ଗାଯାଇଥିଲା। ରାଜୀବ ଆବାସ ଯୋଜନା (ଆରଏଓ୍ବାଇ)ରେ ନିର୍ମିତ ଘର ବାହାରିବାରୁ ବ୍ଲକ୍‌ ବି ଓ ସିରେ ଉଚ୍ଛେଦ କରାଯାଇପାରି ନ ଥିଲା। ଏବେ ସେମାନଙ୍କ ସ୍ଥାନାନ୍ତର କରାଯିବା ସହ ଉକ୍ତ ସ୍ଥାନରେ ଉଚ୍ଛେଦ କରାଯିବ ବୋଲି ବିଡିଏ ପକ୍ଷରୁ ଜଣାପଡ଼ିଛି। ସେହିପରି ଖଣ୍ଡଗିରିରୁ ବାରଙ୍ଗକୁ ଯୋଡ଼ୁଥିବା ବାମପାର୍ଶ୍ୱ ସମାନ୍ତରାଳ ରାସ୍ତା ପାଇଁ ସ୍ଥାନ ଚିହ୍ନଟ ହୋଇଥିବା ବେଳେ ଗୌଡ ବସ୍ତି, ବୀରବସ ବସ୍ତି ଓ ଲକ୍ଷ୍ମୀପୁର ବସ୍ତିରେ ଥିବା ଜବରଦଖଲ ସ୍ଥାନକୁ ଉଚ୍ଛେଦ କରାଯିବ। ୨୦୦ ଫୁଟର ରାସ୍ତା ନିର୍ମାଣ ସକାଶେ ଏହି ଉଚ୍ଛେଦ କରାଯିବ ବୋଲି ବିଡିଏ ପକ୍ଷରୁ ଜଣାପଡ଼ିଛି। ପ୍ରକାଶ ଥାଉକି ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ବାଚନ ସମୟରେ କହିଆସୁଛନ୍ତି ଆଗ ଥଇଥାନ କରାଯିବ ପରେ ଭଙ୍ଗାଯିବ। କିନ୍ତୁ କିଛି ସରକାରୀ ଓ ବେସରକାରୀ ବାବୁ ମାନଙ୍କ ପାଖରେ କିଛି ନିୟମ କାଟୁ କରୁନାହିଁ। ଯାହାର ଉଦାହରଣ ଦେଖିବାକୁ ମିଳିଥିଲା ନିଳମାଧବ ବସ୍ତିରେ। ଏବେବି ୧୨ଟି ପରିବାରକୁ ନା ମିଳିଛି ଘର ନା କ୍ଷତିପୂରଣ। ତେଣୁ ମୁଖ୍ୟମନ୍ତ୍ରୀ ଏଥିପ୍ରତି ଧ୍ୟାନ ଦେବାକୁ ବସ୍ତି ବାସିନ୍ଦା ନିବେଦନ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.