banner
Breaking

ଜବାବ ଦାଖଲ ପାଇଁ ଅନୁଭବଙ୍କୁ କୋଟ ନୋଟିସ।

0

କଟକ ,୧୩।୧୦: ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦକୁ ନେଇ କଟକ ସଦର ଏସ୍‌ଡିଜେଏମ୍‌ କୋର୍ଟରେ ଏକ ମାମଲା ଚାଲିଛି। ଭରଣପୋଷଣ ଦାବିରେ ବର୍ଷାଙ୍କ ପକ୍ଷରୁ ଉକ୍ତ ମାମଲା ରୁଜୁ କରାଯାଇଥିଲା। ସୋମବାର ଏହି ମାମଲାର ଶୁଣାଣି ହୋଇଛି। ଏ ନେଇ ଜବାବ ଦାଖଲ ପାଇଁ ଅନୁଭବଙ୍କୁ କୋର୍ଟ ନୋଟିସ ଜାରି କରିଛନ୍ତି। ଆସନ୍ତା ନଭେମ୍ବର ୧୨ରେ ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଲାଗି ତାରିଖ ଧାର୍ଯ୍ୟ ହୋଇଛି। ଅନ୍ୟପକ୍ଷରେ କଟକ ପରିବାର ଅଦାଲତରେ ବର୍ଷା ଯେଉଁ ମାମଲା ରୁଜୁ କରିଥିଲେ, ତାହାର ଶୁଣାଣି ଆସନ୍ତା ୧୪ ତାରିଖରେ ରହିଛି। ସୂଚନାଯୋଗ୍ୟ, ବର୍ଷା କଟକ ସଦର ଏସ୍‌ଡିଜେଏମ୍‌ କୋର୍ଟରେ ପ୍ରୋଟେକ୍ସନ ଅଫ୍‌ ଓମେନ ଫ୍ରମ୍‌ ଡୋମେଷ୍ଟିକ ଭାୟଲାନ୍ସ-୨୦୦୫ ଆକ୍ଟ ଆଧାରରେ ଏକ ଏତଲା ଦେଇଥିଲେ। ଏଥିରେ ସେ ଦର୍ଶାଇଥିଲେ ଯେ, ସ୍ବାମୀ ଅନୁଭବ ଜଣେ ମଦ୍ୟପ। ସେ ଅନେକ ସମୟରେ ନିଜ ବନ୍ଧୁମାନଙ୍କୁ ଆଣି ଶୟନ କକ୍ଷରେ ବସାଇ ମଦ୍ୟପାନ କରାନ୍ତି। ବିବାହ ପରେ ଅନେକ ଚଳଚ୍ଚିତ୍ରରେ ଉଭୟ ଏକତ୍ର କାର୍ଯ୍ୟ କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି ପାରିଶ୍ରମିକ ପାଇନାହାନ୍ତି ବୋଲି ବର୍ଷା ଅଭିଯୋଗରେ ଉଲ୍ଲେଖ କରିଥିଲେ। ଏ ନେଇ ଆଇପିସି ଦଫା ୧୨, ୧୭, ୧୮, ୧୯, ୨୦, ୨୨ରେ ମାମଲା ରୁଜୁ ହୋଇଥିଲା। ଭରଣପୋଷଣ ବାବଦକୁ ବର୍ଷା ୧୫କୋଟି ଟଙ୍କା ଦାବି କରିଥିଲେ। ଏଥିମଧ୍ୟରେ ମାସିକ ୨୦ହଜାର ଟଙ୍କା ଘରଭଡ଼ା, ୫୦ହଜାର ଟଙ୍କା ମାସିକ ଖର୍ଚ୍ଚ ଥିବାବେଳେ କ୍ଷତିପୂରଣ ବାବଦ ୧୩କୋଟି ଏବଂ ରୋଜଗାର ହରାଇଥିବାରୁ ୨କୋଟି ଟଙ୍କା ପାଇଁ ଦାବି ରହିଛି। ପୂବର୍ର୍ରୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରୋଟେକ୍ସନ ଅଫିସର ମଞ୍ଜୁଲତା ନାୟକ ବର୍ଷାଙ୍କ ବୟାନ ରେକର୍ଡ କରି କୋର୍ଟରେ ଦାଖଲ କରିଥିଲେ। ଅନ୍ୟପକ୍ଷରେ ଅନୁଭବ ମଧ୍ୟ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଛାଡ଼ପତ୍ର ମାମଲା ରୁଜୁ କରିଛନ୍ତି। ଆସନ୍ତା ଡିସେମ୍ବର ୧୦ରେ ଏହାର ଶୁଣାଣି ରହିଛି।

Khansweb Solution Bhubaneswar

Leave A Reply

Your email address will not be published.