banner
Breaking

ବାରିପଦାରେ ବିଶୃଖଳିତ ଅଧକରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ଟ୍ରାଫିକ ବ୍ୟବସ୍ଥା କଡାକଡି-ଆଇଜି

0

ବାରିପଦା ,୨୬ା୧୦(ଓଡ଼ିଆ ନ୍ୟୁଜ)- ମୋ ସରକାର କାର୍ଯ୍ୟକ୍ରମ ଜରିଆରେ ପୂର୍ବାଞ୍ଚଳ ପୋଲିସ ଆଇଜି ଦିପ୍ତେଶ କୁମାର ପଟ୍ଟନାୟକ ମୟୂରଭଞ୍ଜ ଜିଲାର ବିଭିନ୍ନ ଥାନା ଉପଖଣ୍ଡ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗତ ବୁଧବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ୩ ଦିନ ଧରି ସେ ସମୀକ୍ଷା କରିଛନ୍ତି। ସମୀକ୍ଷା ବେଳେ ଜିଲାରେ ବିିଭିନ୍ନ ଥାନାରେ ତ୍ରୁଟି ବିଚ୍ୟୁତି ଥିବା ତାଙ୍କ ନଜରକୁ ଆସିଥିଲା। ଆସନ୍ତା ମାସକ ମଧ୍ୟରେ ଜିଲାରେ ଥିବା ବିଶୃଙ୍ଖଳିତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ବିଦା ହେବେ। ଏନେଇ ବିଚାର ବିମର୍ଷ ଚାଲିଛି ବୋଲି ଶୁକ୍ରବାର ବାରିପଦା ସ୍ଥିତ ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇଜି ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହା ସହିତ ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମ ଜରିଆରେ ଲୋକେ କିପରି ଭାବେ ପୋଲିସ ସେବା ଠିକ ଭାବେ ପାଇ ପାରିବେ ଏବଂ ପୋଲିସ ଓ ଜନସାଧାରଣଙ୍କ ସମ୍ପର୍କ ଠିକ ରହିବ ସେ ନେଇ ସମୀକ୍ଷା ବେଳେ ଅଧିକାରୀମାନଙ୍କୁ ପୋଲିସ ଆଇଜି ପଟ୍ଟନାୟକ ପାଠ ପଢ଼ାଇଛି।
ଏହି ଅବସରରେ ବାରିପଦା ସହରରେ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନୂତନ ପିସିଆର ମୋଟର ସାଇକଲର ଶୁଭାରମ୍ଭ କରିବା ସହିତ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଟ୍ରାଫିକ କର୍ମଚାରୀଙ୍କୁ ଟ୍ରାଫିକ ପାଠ ବୁଝାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ସର୍ବପୁରାତନ ସହର ବାରିପଦାର ମୁଖ୍ୟ ରାସ୍ତା ଗୁଡିକ ଜବର ଦଖଲରେ ରହିଛି। ଏହା ଛଡା ଜନସଂଖ୍ୟା ଓ ମୋଟର ଯାନ ବୃଦ୍ଧି ଫଳରେ ଟ୍ରାଫିକ ବ୍ୟବସ୍ଥାରେ ସମସ୍ୟା ଦେଖା ଯାଉଛି। ବାରିପଦା ସହରରେ ୧୪ଟି ଟ୍ରାଫିକ ପୋଷ୍ଟ ଥିବା ବେଳେ ଆବଶ୍ୟକ କର୍ମଚାରୀ ନାହାନ୍ତି। ଫଳରେ ହୋମଗାର୍ଡମାନଙ୍କୁ ନେଇ ସହରରେ ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟ କରାଯାଉଛି। ଏହି ବ୍ୟବସ୍ଥାରେ ପରିବର୍ତ୍ତନ କରି ପୂର୍ବ କର୍ମଚାରୀମାନଙ୍କ ସହିତ ବର୍ତ୍ତମାନ ୩୦ ଜଣ ପୋଲିସ କର୍ମଚାରୀ ସହରର ଟ୍ରାଫିକ ଦାୟିତ୍ୱ ସମ୍ଭାଳିବେ। ସେହିପରି ପୂର୍ବରୁ ଦୁଇଟି ଟ୍ରାଫିକ ମୋଟର ସାଇକେଲ ଥିବା ବେଳେ ଶୁକ୍ରବାର ଆହୁରି ୨ଟି ମୋଟର ସାଇକେଲ ପ୍ରଦାନ କରାଯାଇଛି। ଗୋଟିଏ ପିସିଆର ଭ୍ୟାନର ମଧ୍ୟ ବ୍ୟବସ୍ଥା କରାଯାଇଛି। ଆଗକୁ ପିସିଆର ମୋଟର ସାଇକଲ ଓ ପିସିଆର ଭ୍ୟାନ ସଂଖ୍ୟା ବୃଦ୍ଧି କରାଯିବ। ଏହି ସମସ୍ତ ଗାଡିରେ ଜିପିଏସ ଲଗାଯିବା ସହିତ ଟ୍ରାଫିକ ବ୍ୟବସ୍ଥାକୁ ପରିଚାଳନା କରିବା ପାଇଁ ଏକ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ ମଧ୍ୟ ସ୍ଥାପନ କରାଯିବ ବୋଲି ଆଇଜି ପଟ୍ଟନାୟକ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୟୂରଭଞ୍ଜ ଜିଲା ଆରକ୍ଷୀ ଅଧୀକ୍ଷ ପରମାର ସ୍ମିଥ ପୁରୁଷୋତ୍ତମଦାସ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.