banner
Breaking

ବନ୍ଧୁକ ଦେଖାଇ ଟଙ୍କା ଲୁଟ

0

ବାରିପଦା,୧୧ା୧୧(ବ୍ୟୁରୋ): ମୟୂରଭଞ୍ଜ ଜିଲା ବଡ଼ସାହି-ମାଣତ୍ରୀ ରାସ୍ତାର ମାଳହାତୀଠାରେ ଥିବା ଇଣ୍ଡିଆନ ଅଏଲ୍‌ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ କିଛି ଦୃର୍ବୃତ୍ତ ବନ୍ଧୁକ ଦେଖାଇ ୭ହଜାର ଟଙ୍କା ଲୁଟି ନେଇଛନ୍ତି ା ଏହି ସଂକ୍ରାନ୍ତରେ ପେଟ୍ରୋଲ ପମ୍ପର ମାଲିକ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ୨ଜଣ ଦୃର୍ବୃତ୍ତ ପେଟ୍ରୋଲ ପମ୍ପରେ ପଶି ଜଣେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ। କର୍ମଚାରୀ ଜଣକ ଭୟରେ ପାଖରେ ଥିବା ୭ହଜାର ଟଙ୍କା ଦେଇଥିଲେ। ପରେ ସେମାନେ ଫେରାର ହୋଇଯାଇଥିଲେ। ଗୁରୁବାର ସକାଳେ ଏସ୍‌ଡିପିଓ ସୁଦର୍ଶନ ଦାଶ ଓ ଥାନା ଅଧିକାରୀ ପ୍ରଭାଂଶୁ ମିଶ୍ର ପହଞ୍ଚିି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.