banner
Breaking

ନାବାଳିକାକୁ ୫ ଦିନ ଧରି ବଳତ୍କାର।

0

ବାରିପଦା , ୧।୫: ମୟୂରଭଞ୍ଜ ଜିଲା ଚାନ୍ଦୁଆ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ୫ଦିନ ଧରି ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକା ବାପାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଏକ ମାମଲା(ନଂ. ୪୮/୨୧) ରୁଜୁ କରି ଅଭିଯକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୋଲିସ ସୂଚନା ଅନୁଯାୟୀ, ଗତ ୨୫ ତାରିଖ ରାତି ୧୦ଟାରୁ ୧୧ଟା ମଧ୍ୟରେ ସମସ୍ତେ ଖାଇ ଶୋଇଥିଲେ। ଏହି ସମୟରେ ନାବାଳିକା ଜଣକ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଅନେକ ଖୋଜା ଖୋଜି କରିବା ପରେ ମଧ୍ୟ ଝିଅକୁ ପାଇ ନ ଥିଲେ। ଶୁକ୍ରବାର ଅଞ୍ଚଳର କିଛି ପିଲା ଏକ ପାଣି ଟାଙ୍କି ନିକଟରେ ଖେଳୁଥିବା ବେଳେ କିଛି ଶବ୍ଦ ଶୁଣି ସେମାନେ ପାଣିଟାଙ୍କି ଉପରେ ଚଢି ଦେଖିଥିଲେ। ସେଠାରେ ନାବାଳିକା ଅସହାୟ ଅବସ୍ଥାରେ ପଡିଥିବା ଦେଖି ପିଲାମାନେ ଗାଁଲୋକଙ୍କୁ ଜଣାଇଥିଲେ। ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ଥାନାକୁ ଜଣାଇଥିଲେ। ଚାନ୍ଦୁଆ ଥାନା ଅଧିକାରୀ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଥିଲେ। ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ରଙ୍ଗାମାଟିଆ ଅଞ୍ଚଳର ବାହାଦୂର ଚପିଆର(୨୦) ପୀଡିତାଙ୍କୁ ୫ ଦିନ ଧରି ବଳାତ୍କାର କରିଥିବା ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରିଛି। ପୀଡିତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଥାନା ଅଧିକାରୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.