banner
Breaking

ମୋ ସରକାର ଓ ୫ଟିର ମନ୍ତ୍ର ଦେଲେ ଡିଜିପି।

0

ଭୁବନେଶ୍ବର,୯/୧୦(ଓଡ଼ିଆ ନ୍ୟୁଜ) ମୋ ସରକାର କୁ ସଠିକ ଭାବେ କାର୍ଯ୍ୟକାରୀ କର।ବରଗଡ଼ରେ ପୋଲିସ କର୍ମଚାରୀଙ୍କୁ ୫ଟି ପାଠ ପଢ଼ାଇଲେ ପୋଲିସ ଡିଜି। ସାଧାରଣ ଲୋକଙ୍କ ବିଶ୍ବାସଭାଜନ ହେବାକୁ ପରାମର୍ଶ ଦେଇଛନ୍ତି ଡିଜିପି। ଏହା ସହ କର୍ମଚାରୀଙ୍କୁ ପରିଷ୍କାର ପୋଷାକ, ଟୋପି ଓ ଜୋତା ପିନ୍ଧିବାକୁ କହିଛନ୍ତି । ପୋଲିସ କର୍ମଚାରୀଙ୍କ ସହ ମତବିନିମୟ କର୍ଯ୍ୟକ୍ରମରେ ଡିଜିପି ଏପରି ପରାମର୍ଶ ଦେଇଛନ୍ତି।

ଥାନାକୁ ଆସୁଥିବା ଲୋକଙ୍କୁ କିଛି ଥାନା ଅଧିକାରୀ ତେରିମେରି, ଅଭଦ୍ର ବ୍ୟବହାର ସହ ଗାଳିଗୁଲଜ କରନ୍ତି। ଲୋକଙ୍କ ଠାରୁ କିଛି ପୋଲିସ ଅଧିକାରୀ ପଇସା ନେବାକୁ ଚେଷ୍ଟା ମଧ୍ୟ କରନ୍ତି। ଯେଉଁମାନଙ୍କ ପାଇଁ ଥାନା ବଦନାମ ହେଉଛି, ଥାନାର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି। କିନ୍ତୁ ସବୁ ପୋଲିସ ଅଧିକାରୀ ଖରାପ ନୁହନ୍ତି ବୋଲି କହିଛନ୍ତି ପୋଲିସ ଡିଜିପି। ଅନେକ ଥାନାରେ ଭଲ ପୋଲିସ ଅଧିକାରୀ ଅଛନ୍ତି। ସମୟ ଆସିଛି, ପୋଲିସ କର୍ମଚାରୀଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ହେବ। ଲୋକଙ୍କୁ ମିଠା କଥା କହିବାକୁ ପୋଲିସ ଅଧିକାରୀଙ୍କୁ ଡିଜିପି ପରାମର୍ଶ ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.