banner
Breaking

ସାଇବର ଲୁଟେରା ଗିରଫ।

0

ବରଗଡ଼,୨୬।୫: ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ବୁଧବାର ଏକ ସାଇବର କ୍ରାଇମର ପର୍ଦ୍ଦାଫାଶ କରିଛି। ଏକ କମ୍ପାନୀ ନାମରେ ୱେବସାଇଟ୍‌ ଖୋଲି ଜାଲ ଦସ୍ତଖତ କରି ବ୍ୟାଙ୍କ ଉପଭୋକ୍ତାଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର୍‌ କରି ଲୁଟ୍‌ କରୁଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଝାରବନ୍ଧ ବ୍ଲକ ଲେରଗାଁର ଅମୃତ ସାହୁ(୨୪)। ତାଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତଙ୍କୁ ପଦ୍ମପୁର ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି । ତାଙ୍କ ବିରୋଧରେ ଝାରବନ୍ଧ ଥାନାରେ ୨ଟି ମାମଲା ରୁଜୁ ହୋଇଛି।
ବରଗଡ଼ ଏସ୍‌ପି ପଦ୍ମିନୀ ସାହୁଙ୍କ ସୂଚନା ଅନୁସାରେ ଗତ ୨୦ ତାରିଖ ଝାରବନ୍ଧର ବମଲେଶ ଭୋଇ ତାଙ୍କ ଷ୍ଟେଟବ୍ୟାଙ୍କ ଆକାଉଣ୍ଟରୁ ଜାଲିଆତି କରି ଇପେ ସେଲ୍‌ ସର୍ଭିସ ପ୍ରାଇଭେଟ୍‌ ଲିମିଟେଡକୁ ୫୦ହଜାର ଟଙ୍କା ଟ୍ରାନ୍ସଫର ହୋଇଥିବା ଥାନାରେ ଏତଲା ଦେଇଥିଲେ। ପୋଲିସ ମାମଲା(ନଂ, ୬୦/୨୧) ରୁଜୁ କରି ତଦନ୍ତ ଚଳାଇଥିଲା। ତଦନ୍ତ ପରେ ଅଭିଯୁକ୍ତ ଅମୃତ ଉପରୋକ୍ତ ଇପେ ସେଲ୍‌ ସର୍ଭିସ୍‌ ପ୍ରାଇଭେଟ୍‌ ନାମକ ନକଲି କମ୍ପାନୀର ଡାଇରେକ୍ଟର ବୋଲି ଜଣାପଡ଼ିଥିଲା। ପୋଲିସ ମଙ୍ଗଳବାର ତାଙ୍କୁ ଧରି ଜେରା କରିଥିଲା। ଜେରାବେଳେ ସେ ନିଜେ ବମଲେଶଙ୍କ ଆକାଉଣ୍ଟରୁ ନିଜ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିବା ସ୍ବୀକାର କରିଥିଲେ। ଗତବର୍ଷଠାରୁ ଏପର୍ଯ୍ୟନ୍ତ ୭୮ଜଣ ବ୍ୟାଙ୍କ ଉପଭୋକ୍ତାଙ୍କଠାରୁ ୧୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ନିଜ ଆକାଉଣ୍ଟକୁ ସେ ଟ୍ରାନ୍ସଫର କରିଥିବା ତଦନ୍ତରୁ ଜଣାପଡ଼ିଥିବା ଏସ୍‌ପି କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.