banner
Breaking

ରାଜଧାନୀର ରାତି ଦେହରେ ଭରୁଛି ତାତି

0

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ): ରାଜଧାନୀର ରାତି ଦେହରେ ଭରୁଛି ତାତି। ଏ କଥା ଆମେ କହୁନୁ କହିଛନ୍ତି ରସିକନାଗର ମାନେ। ରାଜଧାନୀ ଭୁବନେଶ୍ବରରେ ଅଧାଫୁଙ୍ଗୁଳା ଦେହର ସାନିଧ୍ୟ ଦେଖିବାକୁ ମିଳୁଛି ବାର ମାନଙ୍କରେ। ପକେଟରେ ଡାବୁ ଥିଲେ ସବୁକିଛି ସମ୍ଭବ। ଧଳା,ହଳଦିଆ, ନାଲିଆ, କଳିଆ ସବୁ ରଙ୍ଗର, ସବୁ ଏରିଆର ନୃତ୍ୟାଙ୍ଗନା ଦେଖି ପାରିବ। ରାଜଧାନୀରେ ଶହଶହ ବାର ଚାଲୁଛି।ଯେତେବେଳେ ଅବସ୍ଥା ଅଣାୟତ ହୋଇଯାଉଛି ସେତେବେଳେ ପୋଲିସର ଚଢ଼ାଉ ଆରମ୍ଭ ହେଉଛି।

ସେହିପରି ଗତକାଲି ରାତିରେ ରାଜଧାନୀରେ ଥିବା ଏକାଧିକ ବାରଗୁଡ଼ିକରେ ଚଢାଉ କରିଥିଲା ପୋଲିସ । କଟକ ରୋଡ୍ ସ୍ଥିତ ବାର୍ ଗୁଡିକରେ ଲକ୍ଷ୍ମୀସାଗର ପୋଲିସ କିଛି ବାର୍ ଡ୍ୟାନ୍ସରଙ୍କୁ ଉଦ୍ଧାର କରିଛି। ବେଆଇନ ଭାବେ ବାର୍ ଗୁଡ଼ିକରେ ଡ୍ୟାନ୍ସ ଚାଲିଥିବାର ଖବର ପାଇ ରେଡ୍ କରିବା ସହ ଡ୍ୟାନ୍ସରମାନଙ୍କୁ ଥାନାକୁ ନେଇଥିଲା ପୋଲିସ । ଫଳରେ ଲକ୍ଷ୍ମୀସାଗର ଥାନା ଆଗରେ ବେଶ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ଦେଖିବାକୁ ମିଳିଥିଲା । ଉଦ୍ଧାର ଡ୍ୟାନ୍ସର ସବୁ ରାଜ୍ୟ ବାହାର ଥିବା ସୂଚନା ମିଳିଛି ।

ସମସ୍ତ ଡ୍ୟାନ୍ସରମାନଙ୍କର ଆଇଡି ପ୍ରୁଫ୍ ରଖି ପୋଲିସ ଛାଡିଦେଇଥିବା ଜଣାପଡିଛି । ଏଭଳି ବହୁବାର ପୂର୍ବରୁ ମଧ୍ୟ ବାର୍ ମାନଙ୍କରେ ପୋଲିସ ଚଢାଉ କରି ଡ୍ୟାନ୍ସର ମାନଙ୍କୁ ଉଦ୍ଧାର କରି ପରବର୍ତ୍ତି ସମୟରେ ସେମାନଙ୍କୁ ଛାଡିଦେଇଥାଏ।ତେବେ ବାରମ୍ବାର ଏଭଳି ଚଢଉ ହେବା ସତ୍ତ୍ବେ ଏଭଳି ବାର୍ ଗୁଡିକରେ ଡ୍ୟାନ୍ସ ନିୟମିତଭାବେ ଚାଲିଛି କେମିତି ବୋଲି ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ଉଠୁଛି ?

Khansweb Solution Bhubaneswar

Leave A Reply

Your email address will not be published.