banner
Breaking

ସବୁ ବ୍ୟାଙ୍କ ସକାଳ ୯ଟାରୁ ଖୋଲିବ।

0

ନୂଆଦିଲ୍ଲୀ,(ଓଡ଼ିଆ ନ୍ୟୁଜ) ଏଣିକି  ସମସ୍ତ ସରକାରୀ ବ୍ୟାଙ୍କ ୧୦ଟା ପରିବର୍ତ୍ତେ ସକାଳ ୯ଟାରେ ଖୋଲିବ । ସାଧାରଣତଃ ସରକାରୀ ବ୍ୟାଙ୍କଗୁଡିକ (PSU Banks)ର କାମକାର୍ଯ୍ୟ ସକାଳ ୧୦ଟା ପରେ ହିଁ ଆରମ୍ଭ ହୋଇଥାଏ । ଯାହାକୁ ନଜରରେ ରଖି ଅର୍ଥ ମନ୍ତ୍ରାଳୟର ବ୍ୟାଙ୍କିଂ ଡିଭିଜନ ପକ୍ଷରୁ ନିଷ୍ପତି ନିଆଯାଇଛି କି ସମସ୍ତ ସରକାରୀ ଏବଂ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ ତଥା ରିଜିଓନାଲ ରୁରାଲ୍‌ ବ୍ୟାଙ୍କଗୁଡିକ ଏଣିକି ସକାଳ ୯ଟାରୁ ଖୋଲାଯିବ ।

ତେବେ ସାରା ଦେଶରେ ବ୍ୟାଙ୍କ ଖୋଲାଯିବାର ସମୟକୁ ଏକ ସମାନ ତଥା ନିର୍ଦ୍ଦିଷ୍ଟ ସମୟରେ ଖୋଲିବା ଉଦ୍ଦେଶ୍ୟରେ କେନ୍ଦ୍ରୀୟ ଅର୍ଥ ମନ୍ତ୍ରାଳୟର ବ୍ୟାଙ୍କିଂ ଡିଭିଜନ ତରଫରୁ ନିକଟରେ ଭିଡିଓ କନଫରେନ୍‌ସ ଜରିଆରେ ଏକ ବୈଠକ କରାଯାଇଥିଲା । ବୈଠକରେ ନିଷ୍ପତି ନିଆଯାଇଥିଲା କି , ବ୍ୟାଙ୍କ ଶାଖାଗୁଡିକ ଗ୍ରାହକଙ୍କ ସୁବିଧା ହିସାବରେ ଖୋଲିବା ଉଚିତ । ଏଥିରେ ବ୍ୟାଙ୍କ ଶାଖାଗୁଡିକର ଖୋଲାଯିବା ସମୟରେ ପରିବର୍ତ୍ତନକୁ ବି ମଂଜୁରୀ ମିଳିଛି। ସକାଳ ୯ଟାରୁ ଅପରାହ୍ମ ୩ଟା ପର୍ଯ୍ୟନ୍ତ ଦେଣନେଣ କାରବାର ଚାଲିବ। ସେପ୍ଟେମ୍ବର ୧ ଠାରୁ କାର୍ଯ୍ୟକାରୀ ହେବ।

Khansweb Solution Bhubaneswar

Leave A Reply

Your email address will not be published.