banner
Breaking

ଆସନ୍ତା କାଲି(ଶନିବାର) ଖୋଲା ରହିବ ବ୍ୟାଙ୍କ।

0

ଭୁବନେଶ୍ୱର,୧୪/୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ମାଡି ମାଡି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଲକଡାଉନ୍ ଓ ସଟଡାଉନ୍ ଲାଗୁ ହୋଇଛି । ସାପ୍ତାହାନ୍ତ ସଟଡାଉନରେ ଜରୁରୀକାଳୀନ ସେବା ବ୍ୟତୀତ ସବୁ ବନ୍ଦ ରଖାଯାଉଛି । କିନ୍ତୁ ଆସନ୍ତାକାଲି ସଟଡାଉନରେ ବି ରାଜ୍ୟରେ ବ୍ୟାଙ୍କଗୁଡିକ ଖୋଲା ରହିବ ବୋଲି ସୂଚନା ମିଳିଛି । ତେବେ ବଢୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରୁ ବ୍ୟାଙ୍କିଙ୍ଗ୍ ସମୟରେ ପରିବର୍ତ୍ତନ କରାଯାଇଛି। ଏବେ ଗ୍ରାହକଙ୍କ ପାଇଁ ବ୍ୟାଙ୍କ ୪ ଘଣ୍ଟା ଖୋଲ ରହୁଛି। ସକାଳ ୧୦ଟାରୁ ଅପରାହ୍ନ ୨ଟା ଯାଏଁ ବ୍ୟାଙ୍କ ଗ୍ରାହକଙ୍କୁ ସେବା ଯୋଗାଇଦିଆଯାଉଛି । କିନ୍ତୁ ପୂର୍ବଭଳି ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ବ୍ୟାଙ୍କ ଖୋଲା ରହୁଛି। ମେ ୧୫ ତାରିଖ ତାରିଖ ଯାଏ ଏହି ନୂଆ ସମୟ ଲାଗୁ ହେବ। କରୋନା ସଂକ୍ରମଣ କାରଣରୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ କାର୍ଯ୍ୟ ଚାଲିଛି । କର୍ମଚାରୀ ରୋଟେସନ ଆଧାରରେ କାମ କରୁଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.