banner
Breaking

ଋଣ ସୁଧ ଫେରାଇବ ବ୍ୟାଙ୍କ।

0

ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁ ଲୋକମାନେ ଋଣ କିସ୍ତି ପଇଠ କରିବାରେ ସମସ୍ୟା ଦେଖାଦେବାରୁ ସରକାର ୬ ମାସର ମୋରାଟୋରିୟମ ସୁବିଧା ଘୋଷଣା କରିଥିଲେ। ଏହି ସମୟରେ ବ୍ୟାଙ୍କଗୁଡ଼ିକ ଚକ୍ରବୃଦ୍ଧି ସୁଧ ଲଗାଇଥିବା ଦେଖାଯାଇଥିଲା। ଏହାକୁ ନେଇ ସୁପ୍ରିମକୋର୍ଟରେ ଅନେକ ପିଟିଶନ ଦାଏର କରାଯାଇଥିଲା। ଏହି ମାମଲାର ଉପରେ ସର୍ବୋଚ୍ଚ ଅଦାଲତ ଶୁଣାଣି କରୁଥିବା ବେଳେ ରିଜର୍ଭ ବ୍ୟାଙ୍କ ଏବଂ ସରକାରଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି। ମଙ୍ଗଳବାର କେନ୍ଦ୍ର ସରକାର ଏହି ମାମଲାରେ ପକ୍ଷ ରଖିଥିବା ଜଣାପଡ଼ିଛି। ବ୍ୟାଙ୍କଗୁଡିକ ମୋରାଟୋରିୟମ ଅବଧିରେ ଲାଗୁ କରିଥିବା ଚକ୍ରବୃଦ୍ଧି ସୁଧ ଫେରାଇବେ ବୋଲି ସରକାର ସ୍ପଷ୍ଟ କରିଛନ୍ତିି। ନଭେମ୍ବର ୫ ସୁଦ୍ଧା ଚକ୍ରବୃଦ୍ଧି ସୁଧ ଗ୍ରାହକଙ୍କ ଆକାଉଣ୍ଟକୁ ଫେରାଇଦେବା ପ୍ରସଙ୍ଗକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ବ୍ୟକ୍ତିବିଶେଷଙ୍କୁ ଏହାର ଲାଭ ମିଳିପାରିବ।
ଏହି ଚକ୍ରବୃଦ୍ଧି ସୁଧ ଫେରସ୍ତ ପଦକ୍ଷେପ ମଧ୍ୟରେ ଏମ୍‌ଏସ୍‌ଏମ୍‌ଇକୁ ମଧ୍ୟ ସାମିଲ କରାଯାଇଛି। ସୂଚନାଯୋଗ୍ୟ, ଏହି ବାବଦ ଅର୍ଥ କେନ୍ଦ୍ର ସରକାର ବହନ କରିବେ। ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ଫେରାଇବା ପରେ ଏହାକୁ କେନ୍ଦ୍ର ସରକାରଙ୍କଠାରୁ ଫେରିପାଇବେ। ଚକ୍ରବୃଦ୍ଧି ସୁଧ ଫେରାଇବା ନେଇ ବ୍ୟାଙ୍କ ସମେତ ଅନ୍ୟ ଋଣ ପ୍ରଦାନକାରୀ ଅନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ସତ୍ୟପାଠରେ କୁହାଯାଇଛି। ମୋରାଟୋରିୟମ ସୁବିଧା ନେଇଥିଲେ, ଆଶିଂକ ଭାବେ ନେଇଥିଲେ କିମ୍ବା ମୋରାଟୋରିୟମ ସୁବିଧା ନ ନେଇଥିଲେ ମଧ୍ୟ ବ୍ୟାଙ୍କ ଚକ୍ରବୃଦ୍ଧି ସୁଧ ଫେରାଇବେ ବୋଲି ଜଣାପଡିଛି।

Khansweb Solution Bhubaneswar

Leave A Reply

Your email address will not be published.