banner
Breaking

ଉତ୍କଳ ବିଶ୍ବବିଦ୍ୟାଳୟର ତିନୋଟି ବିଭାଗ ସିଲ୍।

0

ଭୁବନେଶ୍ବର,୬/୬(ଓଡ଼ିଆ ନ୍ୟୁଜ) : ବାଣୀବିହାର ଅଧ୍ୟାପିକାଙ୍କ ଝିଅ କରୋନା ଆକ୍ରାନ୍ତ ହୋଇଛନ୍ତି। ଅଧ୍ୟାପିକା ଝିଅ ସଂସ୍ପର୍ଶରେ ଆସିବା ପରେ ଅଫିସ୍‌ ଆସିଥିଲେ ଏବଂ କ୍ୟାମ୍ପସରେ ବୁଲାବୁଲି କରିଥିଲେ। ଏହା ଜଣାପଡ଼ିବା ପରେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ଅଧ୍ୟାପିକା କାର୍ଯ୍ୟ କରୁଥିବା ଅଫିସ ସମତେ ସମ୍ପୃକ୍ତ କୋଠାର ଅନ୍ୟ ଦୁଇଟି ବିଭାଗକୁ ସିଲ୍‌ କରି ଦିଆଯାଇଛି। ଆଜି ନିଜ ବିଭାଗକୁ ଆସି କାମ କରିବା ସହିତ ଝିଅ କରୋନା ଆକ୍ରାନ୍ତ ହୋଇଥିବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହାପରେ ଅଧ୍ୟାପିକା ଜଣକ କାର୍ଯ୍ୟ କରୁଥିବା କୋଠାର ତିନୋଟି ବିଭାଗ ଯଥା ଇଂରାଜୀ, ଦର୍ଶନଶାସ୍ତ୍ର ଓ ଅର୍ଥଶାସ୍ତ୍ର ବିଭାଗକୁ ୭ଦିନ ପାଇଁ ସିଲ୍‌ କରାଯାଇଛି ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.