banner
Breaking

ଭାରତ ପ୍ରକୃତ ବନ୍ଧୁ : ହସିନା

0

ଢାକା : ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତକୁ ପ୍ରକୃତ ବନ୍ଧୁ ଆଖ୍ୟା ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ବନ୍ଧୁତା ବଜାୟ ରଖିବା ଉପରେ ମଧ୍ୟ ସେ ଜୋର ଦେଇଛନ୍ତି। ବାଂଲାଦେଶ-ଭାରତ ବନ୍ଧୁତ୍ୱ ପାଇପଲାଇନର ଉଦଘାଟନ ଅବସରରେ ସେ ଏକଥା କହିଛନ୍ତି।
ଶେଖ ହସିନା କହିଛନ୍ତି, ରୁଷିଆ-ୟୁକ୍ରେନ ଯୁଦ୍ଧ ହେତୁ ସମଗ୍ର ବିଶ୍ୱ ଭୟଙ୍କର ଶକ୍ତି ସଙ୍କଟର ସମ୍ମୁଖୀନ ହେଉଛି। ଏଭଳି ପରିସ୍ଥିତିରେ ବାଂଲାଦେଶରେ ଇନ୍ଧନ ସୁରକ୍ଷା ସୁନିଶ୍ଚିତ କରିବାରେ ଭାରତ ସହ ସୀମା ତୈଳ ପାଇପଲାଇନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
୩୭୭ କୋଟି ଟଙ୍କାର ଏହି ପାଇପଲାଇନ ଦୁଇ ପଡୋଶୀ ଦେଶ ମଧ୍ୟରେ ଶକ୍ତି ସହଯୋଗର ଏକ ଅଂଶ, ଯାହା ମାଧ୍ୟମରେ ବାଂଲାଦେଶ ଭାରତରୁ ପେଟ୍ରୋଲିୟମ ବିଶେଷ କରି ଡିଜେଲ ଆମଦାନୀ କରିବ। ବନ୍ଧୁତ୍ୱପୂର୍ଣ୍ଣ ପାଇପଲାଇନ ଦୁଇ ବନ୍ଧୁ ଦେଶ ମଧ୍ୟରେ ବିକାଶ ପାଇଁ ସହଯୋଗରେ ଏକ ମାଇଲଖୁଣ୍ଟ । ଇନ୍ଧନ ସୁରକ୍ଷା ସୁନିଶ୍ଚିତ କରିବା ବ୍ୟତୀତ ଏହି ପାଇପଲାଇନ ଅର୍ଥନୈତିକ ବିକାଶକୁ ମଧ୍ୟ ବୃଦ୍ଧି କରିବ ବୋଲି ହସିନା କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.