banner
Breaking

ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ୟଦୁରପ୍ପା

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ବିଏସ ୟେଦୁରପ୍ପା ଶପଥ ଗ୍ରହଣ କରିଛନ୍ତି  । ଚତୁର୍ଥ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି  । କର୍ଣ୍ଣାଟକ ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି  । ଅପରପକ୍ଷରେ ୟେଦୁରପ୍ପାଙ୍କ ଶପଥ ପାଠ ଉତ୍ସବକୁ କଂଗ୍ରେସ ବର୍ଜନ କରିଛି  । ଗତ କିଛି ଦିନ ଧରି କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଲାଗି ରହିଛି  । ଜେଡ଼ିଏସ ଓ କଂଗ୍ରେସ ମେଂଟ ସରକାର ଭାଙ୍ଗିବା ପରେ ବିଜେପି ସରକାର ଗଢ଼ିବ କି ନାହିଁ ସେନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା  । ବିଶେଷକରି ବିଦ୍ରୋହୀ ବିଧାୟକମାନଙ୍କ ବିରୋଧରେ ବାଚସ୍ପତି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା  । ଫଳରେ ଏମିତି ସ୍ଥିତିରେ ସରକାର ଗଢ଼ିବା ଅପେକ୍ଷା ରାଷ୍ଟ୍ରପତି ଶାସନ ଜାରି ହେବବୋଲି କେତେକ ବିଜେପି ନେତା ମତପ୍ରକାଶ କରିଥିଲେ  । କିନ୍ତୁ ପରେ ବିଜେପିର ବୈଠକ ବସିବା ସହ ସରକାର ଗଢ଼ିବା ଉଚିତ ହେବବୋଲି ସ୍ଥିର କରାଯାଇଥିଲା  ।

Khansweb Solution Bhubaneswar

Leave A Reply

Your email address will not be published.