banner
Breaking

ଦେଶରେ ଦୈନିକ ୩୪ ଛାତ୍ର ଆତ୍ମହତ୍ୟା କରନ୍ତି

0

ବେଙ୍ଗାଲୁରୁ, ୧୧।୧୧: ମହାମାରୀ ବର୍ଷ ୨୦୨୦ରେ ଭାରତରେ ୧୨,୫୦୦ରୁ ଅଧିକ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଛନ୍ତି। ଅର୍ଥାତ୍‌ ଦେଶରେ ଦୈନିକ ହାରାହାରି ଛାତ୍ର ଆତ୍ମହତ୍ୟା ସଂଖ୍ୟା ୩୪ରୁ ଅଧିକ। ତଥ୍ୟ ଅନୁଯାୟୀ ୨୦୧୯ ତୁଳନାରେ ୨୦୨୦ରେ ଆତ୍ମହତ୍ୟା ହାର ୨୧ ପ୍ରତିଶତ ଅଧିକ ରହିଥିଲା। ୧୯୯୫ରୁ ୨୦୨୦ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଧ୍ୟାନ କଲେ ୨୫ ବର୍ଷରେ ୧.୮ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଛନ୍ତି। ମହାମାରୀ ଯୋଗୁ ୨୦୨୦ରେ ପରୀକ୍ଷା ଚାପ ନ ଥିଲା। ପିଲାମାନଙ୍କୁ ବିନା ପରୀକ୍ଷାରେ ପାସ୍‌ କରିଦିଆଯାଇଥିଲା। ଏହା ସତ୍ତ୍ୱେ ସେହିବର୍ଷ ସର୍ବାଧିକ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଛନ୍ତି। ମୋଟ ୧୨,୫୨୬ ଆତ୍ମହତ୍ୟା ମଧ୍ୟରୁ ୬ଟି ରାଜ୍ୟରେ ୫୩ ପ୍ରତିଶତ ବା ୬,୫୯୮ଟି ଆତ୍ମହତ୍ୟା ଘଟିଛି। ସେହି ରାଜ୍ୟଗୁଡ଼ିକ ହେଲେ ମହାରାଷ୍ଟ୍ର, ଓଡ଼ିଶା, ମଧ୍ୟପ୍ରଦେଶ, ତାମିଲନାଡୁ, ଝାଡ଼ଖଣ୍ଡ ଏବଂ କର୍ନାଟକ। ଅବଶିଷ୍ଟ ୫,୯୨୮ ଆତ୍ମହତ୍ୟା ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.