banner
Breaking

୨୧ ବର୍ଷରେ ପାଦଦେଲେ ସୁହାନା । ଘଟିଲା ଏମିତି କିଛି!!

0

ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା ଖାନ୍‌ ନିକଟରେ ୨୧ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଏହି ଅବସରରେ ଜଣେ ଯୁଜର୍ସ ଟୁଇଟର୍‌ରେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ସୁହାନାଙ୍କ ଜନ୍ମଦିନରେ ତାଙ୍କ ମା’ ଗୌରୀ ଖାନ୍‌ ଟୁଇଟର୍‌ରେ ଝିଅକୁ ଶୁଭେଚ୍ଛା ଜଣାଇଥିଲେ। ଏହି ଟୁଇଟ୍‌େରେ ଜଣେ ଯୁଜର୍ସ କମେଣ୍ଟ ଦେଇ ଲେଖିଛନ୍ତି, ଗୌରୀ ମ୍ୟାମ୍‌ ଆପଣଙ୍କ ଝିଅ ସହ ମୋର ବାହାଘର କରିଦିଅ। ମୋର ମାସିକ ଦରମା ୧ ଲକ୍ଷ ଟଙ୍କାରୁ ଅଧିକ। ଏପର୍ଯ୍ୟନ୍ତ ୟୁଜର୍ସଙ୍କ ଉତ୍ତର ମିଳିପାରି ନାହିଁ। ସୁହାନା ଏବେ ନ୍ୟୁୟର୍କ ପାଠ ପଢୁଛନ୍ତି। ସେଠାରେ ସେ ନିଜ ସାଙ୍ଗମାନଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି। ତାଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି। ସୁହାନା ଏବେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.