banner
Breaking

ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ। ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ।

0

ଭୁବନେଶ୍ବର,୧୧/୧୦(ଓଡିଆ ନ୍ୟୁଜ) ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ ଅବସରରେ ନୋବେଲ ବିଜେତା କୈଳାସ ସିତାର୍ଥୀ ଫାଉଣ୍ଡେସନ,ଜୀବନ ଜ୍ୟୋତି ଶିଶୁ ବିକାଶ ସଙ୍ଗଠନ ଓ ମମର ମିଳିତ ଆନୂକୁଲ୍ୟରେ ଏକ ସଚେତନତା ଶୋଭାଯାତ୍ରା ବଙ୍ଗାଳି ସାହିରୁ ବାହାରି ନିଆଳି ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଆୟୋଜିତ ସଭାରେ ଅତିଥି ମାନେ ବାଳିକା ମାନଙ୍କୁ ୧୮ ବର୍ଷ ପର୍ଯ୍ୟନ୍ତ ମାଗଣା ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ସହାୟତା ଯୋଗାଇ ଦେବାପାଇଁ ଦାବି ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିଆଳି ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା ପାଣି, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବୀନ୍ଦ୍ର କୁମାର ଦଳାଇ,ସଙ୍ଗଠନର ସମ୍ପାଦକ ସୁଦାମ ସାମଲ, ବରିଷ୍ଠ ଶିକ୍ଷା ଓ ପରିବେଶବିତ୍ ଜୀବନ ବସ୍ତିଆ, ବଚପନ୍ ବଚାଓ ଆନ୍ଦୋଳନର ସତ୍ୟ ନାରାୟଣ ବିଶ୍ବାଳ ଓ ଆଲୋକ ପାଢୀ, ମମର ଅଧ୍ୟକ୍ଷା ସୁଜାତା ନାୟକ, ଆତ୍ମାର ଅଧ୍ୟକ୍ଷ ଆଦିତ୍ୟ ପାଢୀ, ସମ୍ପାଦକ ସୁକାନ୍ତ ବଡୁ ପ୍ରମୁଖ ଅତିଥିଭାବେ ଯୋଗଦାନ କରିଥିଲେ। ଯୁବ ସମାଜସେବୀ ଅବଦୁଲ ବାରି ପରିଚାଳନା କରିଥିବା ବେଳେ ସିମି,ସୋଫିଆ,ଆଶିଷ ମୁଦୁଲି ଓ ରାକେଶ ଭୋଇ ସହଯୋଗ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.